ଜିନ୍ଦଲ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ 

 ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ବେଶ ଉସôାହର ସହ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି  । ଚଳିତବର୍ଷର ବିଷୟବସ୍ତୁ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’’ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି କାର୍ଯ୍ୟକ୍ରମ, ବ୍ୟକ୍ତିଗତ କଲ୍ୟାଣ ଓ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ଉପରେ କେନ୍ଦ୍ରୀତ ହୋଇଥିଲା  । ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜେଏସପିର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ଶ୍ରମିକ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ  । ଏହି ଶିବିରରେ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ତଥା ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ପ୍ରକଳ୍ପ) ଦାମୋଦର ମିତ୍ତଲ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଦିଲ୍ଲୀପ ସିହ୍ନା, ଷ୍ଟିଲ୍ ଜୋନର ସଭାପତି ଅତୁଲ ଦୁବେ, ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ନିକଟବର୍ତ୍ତୀ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ  । ଏହି ଅବସରରେ ପଙ୍କଜ ମଲହାନ କହିଥିଲେ, ସ୍ୱାମୀ ସତ୍ୟବିନ୍ଦୁ ଜୀଙ୍କ ମାର୍ଗଦର୍ଶନରେ ପରିଚାଳିତ ଯୋଗ ଶିବିର ବର୍ତ୍ତମାନ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି  । ଏହିବର୍ଷର ବିଷୟବସ୍ତୁ ଆମକୁ ମନେ ପକାଇ ଦିଏ ଯେ, ଆମର ସ୍ୱାସ୍ଥ୍ୟର ଯନô ନେବା ଭଳି ଆମକୁ ପୃଥିବୀର ଯନô ମଧ୍ୟ ନେବା ଦରକାର  । ଏହି ଅବସରରେ ଦାମୋଦର ମିତ୍ତଲ କହିଥିଲେ, “ଆମେ ଜଣେ ଉସôର୍ଗୀକୃତ ଯୋଗଗୁରୁ ପାଇ କୃତଜ୍ଞ  । ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଜୀଙ୍କ ମାର୍ଗଦର୍ଶନରେ ଆମର କର୍ମଚାରୀମାନେ ଯେ, କେବଳ ଫିଟ୍ ଏବଂ ସୁସ୍ଥ ହୋଇଛନ୍ତି ତାହାନୁହେଁ  ଆଜି ସେମାନେ ଯୋଗର ଏକ ବାର୍ତା ବାହକ ଭାବେ କାର୍ଯ୍ୟକରୁଛନ୍ତି ଏବଂ ସେମାନେ ସେମାନଙ୍କ ନିକଟ ସମ୍ପର୍କୀୟ ଏବଂ ସଂପ୍ରଦାୟର ବହୁ ଲୋକଙ୍କୁ ଯୋଗର ଉପକାରିତା ବିଷୟରେ ବୁଝାଇବାରେ ସକ୍ଷମ ହୋଇପାରିଛନ୍ତି  । ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀଙ୍କ ମାର୍ଗଦର୍ଶନରେ ଯୋଗର ବିଭିନ୍ନ ଆସନ କରାଯାଇଥିଲା  । ଏଥିରେ ଶାରୀରିକ ଶକ୍ତି, ମାନସିକ ଶକ୍ତି ପାଇଁ ଅବାଶ୍ୟକ କୌଶଳ ସମେତ ପ୍ରକୃତି ସହ ସମନ୍ୱୟ ରକ୍ଷାକରି କିଭଳି ଯୋଗ ଆସନ ସବୁ କରାଯାଇପାରିବ ସେ ସମ୍ପର୍କରେ ଅବଧାରଣା ଦିଆଯାଇଥିଲା  ।