ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି
ରାଜକନିକା : ରାଜକନିକା ବ୍ଲକ ସମ୍ମିଳନୀ କକ୍ଷରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୬୯ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୬ଟି ସାମୁହିକ ଓ ୬୩ଟି ବ୍ୟାକ୍ତିଗତ ଅଭିଯୋଗ ରହିଛି । ମାସର ପ୍ରଥମ ସୋମବାର ଜିଲ୍ଲା ମୁଖ୍ୟଳୟରେ ଓ ଅନ୍ୟ ସୋମବାରଗୁଡିକରେ ଜିଲ୍ଲାର ପ୍ରତ୍ୟକ ବ୍ଲକର ପଞ୍ଚାୟତଗୁଡିକରେ କ୍ରମାନୟରେ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ରାଜକନିକା ବ୍ଲକର ୨୯ଟି ପଞ୍ଚାୟତରେ ପର୍ଯାୟ କ୍ରମେ ଅନୁଷ୍ଠିତ ହେଉଥିବା ବେଳେ ଆଜିର ଏହି ଜନ ଶୁଣାଣିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଆରକ୍ଷୀ ଆଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାପାତ୍ର, ଡେପୁଟିକଲେକ୍ଟର ଅମୀୟକାନ୍ତ ସ୍ୱାଇଁ, ପଟାମୁଣ୍ଡାଇ ଏସ ଡି ପି ଓ କ୍ଷମାସାଗର ପଣ୍ଡା, ରାଜକନିକା ଥାନାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ବିଡିଓ କୈଳାଶ ଚନ୍ଦ୍ର ମହାଳିକ, କନିକା ତହସିଲଦାର ଅଶୋକ କୁମାର ଦେହୁରୀଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ଅଭିଯୋଗ କାରୀଙ୍କ ନିମନ୍ତେ ମୁଖ୍ୟଅଧିକାରୀଙ୍କ ସମ୍ମୁଖରେ ବସିକରି ନିଜର ଅଭିଯୋଗ ପତ୍ର ଦେବାପାଇଁ ଚେୟାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା । ତେବେ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ରାସନ ବ୍ୟବସ୍ଥା, ଜମିବାଡ଼ି ବିବାଦୀୟ, ପୋଲିସ ବ୍ୟବସ୍ଥା ଉପରେ ଅଧିକ ଅଭିଯୋଗ କରାଯାଇଥିବା ସୂଚନା ରହିଛି ।