ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ;ପ୍ରଣବ
ଧର୍ମଶାଳା : ସମଗ୍ର ଯାଜପୁର ଜିଲ୍ଲାରେ ପୁଲିସର କାର୍ଯ୍ୟକଳାପ ପ୍ରତି ଆଙ୍ଗୁଠି ନିଦେ୍ର୍ଦଶ କରିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ । ଏନେଇ ସେ ଆଜି ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି କି ଯାଜପୁର ପୁଲିସର ନସ୍କ୍ର୍୍ରୀୟତା ପଦାରେ ପଡିଛି । ବିଗତ ଦିନରେ ଧର୍ମଶାଳା ଥାନାରେ ଜଣେ ମହିଳା ପୁଲିସଙ୍କୁ ଜଣେ ଯୁବକ ରାତିରେ ଥାନାରେ ପଶି ଦୁର୍ବ୍ୟବହାର କରିଥିଲେ ବୋଲି କହିଛନ୍ତି । ଏନେଇ ସମ୍ପୃକ୍ତ ମହିଳା ପୁଲିସ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଅନ୍ୟପଟେ ଜଣେ ନିରିହ ଯୁବକଙ୍କୁ ବିନା କେଶରେ ବଡଚଣା ପୁଲିସ କିଭଳି ଉଠାଇ ଆଣିଥିଲା ବୋଲି ଶ୍ରୀ ବଳବନ୍ତରାୟ ପ୍ରଶ୍ନ କରିବା ସହ ଜଣକ ପାଇଁ ଗୋଟିଏ ଆଇନ ଓ ଅନ୍ୟ ଜଣକ ପାଇଁ ଅଲଗା ଆଇନ କିଭଳି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଜିଲାରେ ପୁଲିସ ଶାସକ ଦଳର ହାତ ବାରିସି ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗତ ଏପ୍ରିଲ ମାସରେ ବଡଚଣା ଥାନା ମହାବିନାୟକ ମନ୍ଦିରରେ ବିବାହ କାର୍ଯ୍ୟ ଚାଲିଥିବା ବେଳେ କେତେକ ଯୁବକ ସେଠାରେ ମାଡପିଟ କରିବା ସହ ବନ୍ଧୁକ ଚଳାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ବଡଚଣା ପୁଲିସ ୧୧୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ସମ୍ପୃକ୍ତ କେତେକ ଯୁବକ କୋର୍ଟରୁ ବେଲ ନେଇଥିବା ବେଳେ ଅନେକ ବାହାରେ ବୁଲୁଛନ୍ତି । ତେବେ ଗତକାଲି ରାତିରେ ବଡଚଣା ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସନେ୍ଦହରେ ଥାନୁଆଳ ଗ୍ରାମର ଜଣେ ଯୁବକକୁ ଉଠାଇ ଆଣିଥିଲା । ତେବେ ତଦନ୍ତ ପରେ ଉକ୍ତ ଯୁବକର ସମ୍ପୃକ୍ତି ନଥିବା ଜଣାପଡିବା ପରେ ପୁଲିସ ତାକୁ ରାତିରେ ଛାଡି ଦେଇଥିଲା । ତେବେ ଉକ୍ତ ଯୁବକ ଜଣକ ପୁର୍ବତନ ବିଧାୟକ ତଥା ବିଜେଡିର ସମର୍ଥକ ହୋଇଥିବାରୁ ରାତି ପ୍ରାୟ ଗୋଟାଏରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ନିଜ ସମର୍ଥକଙ୍କ ସହ ଥାନାରେ ପହଁଚି ବଡଚଣା ଥାନା ଅଧିକାରୀଙ୍କ ସହ ଆଲୋଚନା କରିବାର ଭିଡିଓ ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏନେଇ ଆଜି ବଡଚଣା ଥାନା ଅଧିକାରୀଙ୍କୁ ପଚାରିବାରୁ ମହାବିନାୟକ ମନ୍ଦିରରେ ଘଟିଥିବା ଘଟଣାରେ ସମ୍ପୃକ୍ତି ଥିବା ସନେ୍ଦହରେ ଥାନୁଆଳ ଗ୍ରାମର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚରା କରାଯାଇଥିଲା । ତେବେ ଯୁବକ ଜଣକ ଉକ୍ତ ଘଟଣାରେ ସମ୍ପୃକ୍ତ ନଥିବା ଜଣାପଡିବା ପରେ ପୁଲିସ ରାତିରେ ତାକୁ ଛାଡି ଦେଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୁଲିସ ଛାଡି ଦେବା ପରେ ପୁର୍ବତନ ବିଧାୟକ ନିଜ ସମର୍ଥକମାନଙ୍କୁ ଧରି କଣପାଇଁ ଥାନାକୁ ଯାଇଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳବନ୍ତରାୟଙ୍କୁ ପ୍ରଶ୍ନ କରାଯିବାରୁ ସେ କିଛି ସନ୍ତୋଷ ଜନକ ଉତର ଦେଇପାରି ନଥିଲେ । ନିଜେ ଭୁଲ କରି ପୁଲିସକୁ ଦୋଷାରୋପ କରିବା ବିଜେଡିର ପୁରୁଣା ଅଭ୍ୟାସ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।