ଟଙ୍କା ଓ ମୋବାଇଲ ଛଡାଇ ଦୁଇ ଗିରଫ
ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଛକର ଦୋକାନୀ ସଞ୍ଜୟ ଲେଙ୍କା ଗତକାଲି ରାତିରେ ଦୋକାନ ବନ୍ଦ କରି ଯିବା ରାସ୍ତାରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରି ଟଙ୍କା ଓ ମୋବାଇଲ ଫୋନ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଦୁଇଜଣ ଡ଼ୁବୁରୀର ଧ୍ରୁବ ଚରଣ ଦାସଙ୍କ ପୁଅ ବିପିନ ଓ ନୟାଗଡ଼ ଶରଣକୂଳ ଥାନା ଅଞ୍ଚଳର ମଟିଆ ଦାସ ପୁଅ ପୂର୍ଣଚନ୍ଦ୍ରକୁ ଗିରଫ କରି ମାମଲା ନମ୍ବର ୨୦୦/୨୫ରେ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ମୋବାଇଲ ଫୋନ ଓ ଟଙ୍କା ଜବତ କରିଛି ।