ପାର୍କ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

 ଭଦ୍ରକ: କୋର୍କରା ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କକୁ କ୍ଷେତ୍ର ପରିଦର୍ଶନ ସହ ପ୍ରଶାସନିକ ଅଧିକାରି ମାନଙ୍କ ସହିତ ଏହି ପାର୍କ ପ୍ରତିଷ୍ଠା କାର୍ଯ୍ୟର ଅଗ୍ରଗତି ଓ ଏହି ପାର୍କର ସୋନ୍ଦର୍ଯ୍ୟକରଣ କାର୍ଯ୍ୟରେ କଣ କଣ ସବୁ ନୂତନତା ଆଣିହେବ ତାହାର ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ସହ ଆଲୋଚନା କରିଛନ୍ତି । ଏହି ପାର୍କ ସୋନ୍ଦର୍ଯ୍ୟକରଣରେ ପୁଷ୍କରିଣୀ ମଧ୍ୟରେ ଦ୍ୱୀପପୁଞ୍ଜ, ନୌକା ବିହାର, କଫି ପିଇବା ଘର, ଅତ୍ୟାଧୁନିକ ରେଷ୍ଟୁରାଣ୍ଟ, ସଙ୍ଗୀତ ସହ ଆଲୋକିକରଣ ଓ ପାର୍କକୁ ପୂର୍ଣ୍ଣସୋନ୍ଦର୍ଯ୍ୟତା ସମ୍ପନ୍ନ କରିବା ପାଇଁ ଆହୁରି ଅନେକ ପ୍ରକାରର ଆବଶ୍ୟକୀୟ ସାଜସଜ୍ଜା ଉପକରଣ ଗୁଡିକର ପ୍ରତିଷ୍ଠା କାର୍ଯ୍ୟ ବିଷୟରେ ପରାମର୍ଶ ଦେଇଥିଲେ । ଉକ୍ତ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାର ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ରାଜସ୍ୱ ପରିଦର୍ଶକ ଜ୍ୟୋତିରଞ୍ଜନ ପଣ୍ଡା ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସୁଦର୍ଶନ ପତିଙ୍କ ସମତେ ବିଧାୟକଙ୍କ ସହ ତାଙ୍କର ବିଭିନ୍ନ ଅଭିଜ୍ଞ ବିଭାଗୀୟ ସହଯୋଗି ମାନେ ଉପସ୍ଥିତ ଥିଲେ ।