୩୩୮୬୩ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ
ଚମ୍ପୁଆ : ଚଳିତ ବର୍ଷ କୃଷି ଜିଲା ଚମ୍ପୁଆ ଅଧିନରେ ୩୩ ହଜାର ୮ ଶହ ୬୩ ହେକ୍ଟର ଜମିରେ ଧାନ ଚାଷ କରିବା ଲକ୍ଷ୍ୟ ରଖାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଚମ୍ପୁଆ, ଝୁମ୍ପୁରା ଓ ଯୋଡା ବ୍ଲକକୁ ମିଶାଇ ଗଠିତ କୃଷି ଜିଲା ଚମ୍ପୁଆରେ ଯୋଡା ବ୍ଲକର ୫୯୦୦ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରଖାଯାଇଥିବା ବେଳେ ମକା ୭୦୦ ହେକ୍ଟର, ମାଣ୍ଡିଆ ୭୨୦ ହେକ୍ଟର, ଡାଲି ଜାତୀୟ ୧୭୬୦ ହେକ୍ଟର ଓ ତୌଳ ବିଜ ୧୧୩୦ ହେକ୍ଟର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଧା ଯୋଡା ବ୍ଲକର ଧାନ ୮୨୨ ହେକ୍ଟର, ମକା ୬୨୫ ହେକ୍ଟର ମାଣ୍ଡିଆ ୧୨୫.୨ ହେକ୍ଟର, ଡାକି ଜାତୀୟ ୬୮୯ ହେକ୍ଟର ଓ ତୌଳ ବିଜ ୩୦୯ ହେକ୍ଟର ଚାଷ କରାଯଇଥିବା ଜଣାଯାଇଛି । ସେହିପରି ଝୁମ୍ପୁରା ବ୍ଲକରେ ଧାନ ୧୬୬୬୩ ହେକ୍ଟର ଲକ୍ଷ୍ୟ ରଖାଯାଇଥିବା ସହ ମକା ୯୦୫ ହେକ୍ଟର, ମାଣ୍ଡିଆ ୫୬୫ ହେକ୍ଟର, ଡାଲି ଜାତୀୟ ୧୨୯୪ ହେକ୍ଟର ଓ ତୈଳ ବିଜ ୫୧୬ ହେକ୍ଟର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଧା ଧାନ ୩୯୮୧, ମକା ୯୦୫, ମାଣ୍ଡିଆ ୮୬ ଡାଲିଜାତୀୟ ୫୯୬ ଓ ତୈଳବିଜ ୨୬୮ ହେକ୍ଟର ଚାଷ କରାଯାଇଛି । ଏହା ସହିତ ଚମ୍ପୁଆ ବ୍ଲକରେ ଧାନ ୧୧୩୦୦, ମକା ୧୮୦୦, ମାଣ୍ଡିଆ ୯୭୫, ଡାଲିଜାତୀୟ ୩୦୫୦ ଓ ତୈଳବିଜ ୪୭୦ ହେକ୍ଟର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତମାନ ସୁଧା ଧାନ ୪୨୧୨, ମକା ୧୨୫୦, ମାଣ୍ଡିଆ ୨୭୬, ଡାଲିଜାତୀୟ ୧୩୪୫ ଓ ତୈଳବିଜ ୪୨୦ ହେକ୍ଟର ଚାଷ ହୋଇଥିବା ସହକାରୀ କୃଷି ଅଧିକାରୀ ହରିଓମ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।