ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ : ଅଧିକାଂଶ ସ୍କୁଲରେ ଖାଲି ପଡିଛି ପ୍ରଧାନଶିକ୍ଷକ ପଦବୀ
ଖୋର୍ଦ୍ଧା : ଜିଲ୍ଲା ହେଉକି ରାଜ୍ୟ ସବୁଠାରେ ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ର ମରୁଡି ଦେଖିବାକୁ ମିଳୁଛି । ଏପରିକି ଅନେକ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଭାବରୁ ପୂର୍ବ ସରକାର ସମୟରେ ବନ୍ଦ ମଧ୍ୟ କରାଯାଇଛି । ତେବେ ସ୍କୁଲରେ ଛାତ୍ରଛାତ୍ରୀ କମୁଥିବା କାରଣ ସମସ୍ତଙ୍କୁ ଜଣା ଥିଲେ ମଧ୍ୟ କେହି ଏହାର ସମାଧାନର ବାଟ ନ ବାହାର କରି କେବଳ ଶିକ୍ଷାକୁ ଅଗ୍ରଗତି ଦେବା ନାମରେ ରାଜକୋଷକୁ ଲୁଟିବାରେ ଲାଗିଛନ୍ତି । ଯଦିଓ ଜିଲ୍ଲାରେ ଯେତିକି ସରକାରୀ ବିଦ୍ୟାଳୟ ଚାଲୁଛି ଏହା କେବଳ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିବା ପରିବାରର ବୋଲି ଆଲୋଚନା ବଢ଼ିବାରେ ଲାଗିଛି । ଏହାର ମୂଳ କାରଣ ହେଉଛି ଘରୋଇ ସ୍କୁଲରେ ଜଣେ ଛାତ୍ରଛାତ୍ରୀକୁ ତାଙ୍କର ପରିବାର ପକ୍ଷରୁ ପଢିବାକୁ ଯଦି ପ୍ରୟାଶ କରନ୍ତି ତେବେ ତାଙ୍କୁ ପ୍ରତି ମାସରେ ପାଖାପାଖି ନିଜ ପିଲା ନିମନ୍ତେ ୫ ହଜାରରୁ ଅଧିକ ଖର୍ଚ୍ଚ କରିବା ପାଇଁ ପଡିବ । ଯାହାକୁ ନଜରରେ ଗରିବ ପରିବାର ଓ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିବା ପରିବାରର ଅଭିଭାବକ ମାନେ ଆନ୍ତରିକତା ନଥିଲେ ମଧ୍ୟ ବାଧ୍ୟ ହୋଇ ସରକାରୀ ସ୍କୁଲକୁ ନିଜ ପିଲାଙ୍କୁ ଛାଡୁଛନ୍ତି । ତେବେ ଏତେସରି ସରକାରୀ ସ୍କୁଲରେ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା ପ୍ରଶାସନ ପାଖରେ ଚେତା ପଶୁଛି କି ସରକାରୀଙ୍କ ଚେତା ପଶୁଛି । କେବଳ ସାଧାରଣ ଲୋକଙ୍କ ଟିକସ ଅର୍ଥ ରାଜ୍ୟ ରାଜକୋଷରେ ରହିଥିବା ନେତାଙ୍କୁ ଜଳଜଳ ହୋଇ ଦିଶୁଥିବା ବେଳେ, ଏହାକୁ କିପରି ଖାଲି କରାଯିବ ସେଠି ନିମନ୍ତେ ଯୋଜନ ପରେ ଯୋଜନା ପ୍ରଣୟନ କରିବା ଏବଂ ଠିକ ସଂସ୍ଥା ହାତରେ କାର୍ଯ୍ୟ ପ୍ରଦାନ କରିଦେଇ ନିଜ କମିଶନକୁ ନେଇ ନିଜର ସମାପ୍ତି ବୃଦ୍ଧିକରିବା ବ୍ୟତୀତ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ କୌଣସି ରାଜନେତା ଚିନ୍ତା କରୁଥିବା ଭଳି ମନେ ହେଉନାହିଁ । ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ଗଲେ ଜଣାପଡୁଛି ଯେଇଁ ଜିଲ୍ଲାରେ ୧୬ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦ ଖାଲି ପଡିଥିବା ବେଳେ ୮୨ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲରେ ୧୭ଟି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପାଦ ଖାଲି ପଡିଛି । ଖୋର୍ଦ୍ଧା ଜିଲ୍ଲା ରାଜଧାନୀ ଭୁବନେଶ୍ୱର ପ୍ରମୀଖା ଜିଲ୍ଲା ହୋଇଯଦି ଏଠାରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଏହିପରି ଦେଖିବାକୁ ମିଳୁଛି । ସରକାର ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱଦେଇ କାର୍ଯ୍ୟ କଲେ ହୁଏତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ବୋଲି ଦାବି କରିବା ସହିତ ସରକାରୀ କଳର ଶିକ୍ଷା ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି । ଅଭିଭାବକମାନେ ପିଲାଙ୍କୁ ସରକାରୀ ସ୍କୁଲ ଛାଡିବା ପାଇଁ ଆନ୍ତରିକତା ରଖୁ ନଥିବା ଦେଖିବାକୁ ମିଳୁଛି । କାରଣ ଜଣେ ପିତା ଓ ମାତା ସବୁବେଳେ ଚାହିଁବେ ତାର ସନ୍ତାନ ଭଲ ପାଠ ପଡିବା ସହିତ ଭଲ ମଣିଷଟେ ହେଉ । ବାସ୍ତବରେ ଯଦି ସରକାରୀ ବିଦ୍ୟାଳୟକୁ ପୁରାତନ ସରକାରୀ ସ୍ଥରକୁ ଆଣିବା ପାଇଁ ରାଜନେତା ଓ ପ୍ରଶାସନ ଛାହାଁନ୍ତି ତେବେ ପୂର୍ବ ଭଳି ଶିକ୍ଷକଙ୍କ ମଧ୍ୟରେ ପରିବର୍ତନ ଆଣିବା ଜରୁରୀ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଯଦି ଏହାକୁ ସରକାର ଓ ପ୍ରଶାସନ ବେଳ ଥାଉ ଥାଉ ବାଳ ନ ବାନ୍ଧନ୍ତି ତେବେ ଆଗାମୀ ଦିନ ମାନଙ୍କରେ ସରକାରୀ ସ୍ତକୁଲ ବୋଲି କିଛି ଥିବା ଛାତ୍ରଛାତ୍ରୀମାନେ କେବଳ ଇତିହାସରୁ ଶୁଣିବାକୁ ପାଇବେ । ସରକାର ଏହାର ପରିବର୍ତନ କରିବା ସହିତ ତାଲିମ ପ୍ରାପ୍ତ ଶିକ୍ଷକ ଯୋଗାଇବା ସହିତ ଆବଶ୍ୟକ ଅନୁଯାଇ ଶିକ୍ଷକ ପାଦବୀକୁ ସମ୍ପୂର୍ଣ ଭାବେ ନିଯୁକ୍ତି କରି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ବାଟରେ ପ୍ରୟାଶ କରନ୍ତୁ ବୋଲି ଅଂଚଳରେ ଦାବି ଜୋର ଧରିଛି ।