ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

କେନ୍ଦୁଝର: ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରୁ ଶୁଭାରମ୍ଭ କରାଯାଇଥିବା ଏହି ରଥକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲା ପାଣି ପଞ୍ଚାୟତ କ୍ଷେତ୍ରୀୟ ଅଧିକାରୀ, କେନ୍ଦୁଝର ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନତା ରଥ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ପାଣି ପଞ୍ଚାୟତ ଗ୍ରାମଗୁଡିକୁ ଅତିକ୍ରମ କରିବ ବୋଲି ଜଣାପଡିଛି । ପାଣି ପଞ୍ଚାୟତ ପକ୍ଷ ଡିସେମ୍ବର ୨୨ରୁ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ଜଳସେଚନ ସୁବିଧା ଓ ସୁପରିଚାଳନା ନିମନ୍ତେ ଚାଷୀମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବ । ଏହି ରଥ ଜିଲ୍ଲା ପରିକ୍ରମା କରିବା ପରେ ପାଣି ପଞ୍ଚାୟତ ପକ୍ଷର ଉଦ୍ୟାପନୀ ଦିବସରେ କେନ୍ଦୁଝର ମୁଖ୍ୟାଳୟରେ ପହଁଚିବ ବୋଲି ଜଣାପଡିଛି । ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରାଧାକାନ୍ତ ମହାନ୍ତ, କ୍ଷୁଦ୍ର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁଧାଂଶୁ ଶେଖର ସାହୁ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ. ସହଦେବ ସେଠୀ, କାନ୍ଝାରୀ ଏସ୍ଡିଓ ଇଂ. ଚର୍ତ୍ତୁଭୂଜ ନାୟକ, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୁକେସ୍ମିତା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନେପାଳ ସାହୁ, ସହକାରୀ ଯନ୍ତ୍ରୀ ଇଂ. ମଙ୍ଗୁଳି ଚରଣ ସିଂ, ଇଂ. ଚିତ୍ତ ରଞ୍ଜନ ଜେନା, ଇଂ. ଆନନ୍ଦ କୁମାର ମଣ୍ଡଳ, ବିଭାଗୀୟ ଅଧିକାରୀ ସୁଶିଲ କୁମାର ସେଠୀ, କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।