ଜିଲ୍ଲାସ୍ତରୀୟ ପୁରୁଷ କବାଡ଼ି ଟୁର୍ଣ୍ଣାମେଣ୍ଟ: ବୁଗୁଡ଼ା ଚାମ୍ପିଅନ୍

 ବୁଗୁଡ଼ା : ସ୍ଥାନୀୟ ଶ୍ରୀକର ଭଞ୍ଜ ସ୍ପୋର୍ଟ୍ସ ଆଣ୍ଡ କଲଚୁରାଲ ଆସୋସିଏସନ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ । ଆଜିର ଟୁର୍ଣ୍ଣାମେଣ୍ଟ୍ରେ ବୁଗୁଡ଼ା ଦଳ ଚାମ୍ପିଅନ ହୋଇଥିବା ବେଳେ ନାଉଳି ଦଳ ରନର୍ସଅପ ହୋଇଛି । ଏହି ଦିବା-ରାତ୍ର ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସେମିଫାଇନାଲ ମ୍ୟାଚରେ ପଞ୍ଚମା ଦଳକୁ ପରାସ୍ତ କରି ବୁଗୁଡ଼ା ଦଳ ଏବଂ କରାତୁଳି ଦଳକୁ ହରାଇ ନାଉଳି ଦଳ ଫାଇନାଲରେ ପ୍ରବେଶ କରିଥିଲେ । ଆସୋସିଏସନର ସମ୍ପାଦକ ଅନିଲ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ରୀଡ଼ାବିତ୍ ଶରତ ଚନ୍ଦ୍ର ପଟ୍ଟନାୟକ, ସମ୍ମାନିତଅତିଥି ଭାବେ ଆସୋସିଏସନ ସଭାପତି ସୁବାସ ଚନ୍ଦ୍ର ପରିଡ଼ା, କ୍ରୀଡ଼ାବିତ ଦୁର୍ଗା ପ୍ରସାଦ ଦାଶ ଯୋଗଦେଇ ଖେଳାଳିଙ୍କୁ ଉସôାହିତ କରିଥିଲେ । ଉଦଯାପନୀ ଉସôବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରଦୀପ ମିଶ୍ର ଓ ସମ୍ମାନିତଅତିଥି ଭାବେ ଅଧ୍ୟାପକ ଅକ୍ଷୟ ସାହୁ, ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ମହାନ୍ତି, ସହ-ସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ।