ଯୁବକକୁ ଆକ୍ରମଣ, ଜଣେ ଗିରଫ
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଲୋକନାଥପୁର ଗ୍ରାମର ଜନୈକ ଜଳଖିଆ ଦୋକାନୀ ସଂଗ୍ରାମ କେଶରୀ ବିଷୋୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣକ ଫେରାର ଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋଲାବଞ୍ଜର ଗ୍ରାମର ଇ.ରାମ ପାତ୍ର (୩୦) ଏବଂ ଫେରାର ଆସାମୀ ହେଲେ ସିଲୁ ପାତ୍ର । ଏ ନେଇ କେସ୍ ନଂ ୨୧୭/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ଏପ୍ରିଲ ୨ ତାରିଖ ଦିନ ସଂଗ୍ରାମଙ୍କ ଦୋକାନକୁ ଆସି ରାମ ଓ ସିଲୁ ଜଳଖିଆ ଖାଇବା ପରେ ଅଯଥା ଯୁକ୍ତିତର୍କ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଗ୍ରାମଙ୍କ ମୁଣ୍ଡ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ସେ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇ ଚିକିସôିତ ହୋଇଥିଲେ । ଏ ନେଇ ସଂଗ୍ରାମ ଥାନାରେ ଅଭିଯୋଗ କରିଥିଲେ । ସେହି ଦିନଠାରୁ ଅଭିଯୁକ୍ତ ଦୁହେଁ ଫେରାର ଥିଲେ । ତେବେ ରାମ ପାତ୍ରକୁ ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି ।