ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

 ଛତ୍ରପୁର: ମିଶନ୍ ଶକ୍ତି ବିଭାଗ ଅନ୍ତର୍ଗତ ଓଡିଶା ଜୀବୀକା ମିଶନ୍ ଦ୍ୱାରା ଓଡିଶାର ପ୍ରତ୍ୟେକ ମହିଳା ଗଣ ଆର୍ଥକ ସ୍ଥିତିର ସୃଦଢ ହୋଇ ସେମାନେ କେମିତି ସ୍ୱାବଲମ୍ବୀ ହୋଇ ପାରିବେ ସେହି ଲକ୍ଷ୍ୟ ନେଇ "ଲକ୍ଷପତି ଦିଦି' କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ଏହି ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏହାର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି  । ପ୍ରତ୍ୟେକ ମହିଳାଙ୍କ ଆର୍ଥିକ ସ୍ଥିତିର ଉନ୍ନତି ହୋଇ ସେମାନେ କିଭଳି ସୁଦୃଢ ହୋଇ ପାରିବେ ସେଥି ନେଇ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କର୍ମଶାଳା ଦ୍ୱାରା ମହିଳାଗଣ କିଭଳି ଆତ୍ମ ସ୍ୱାବଲମ୍ବୀ ହୋଇ ପାରିବେ, ବିଭିନ୍ନ ବିଭାଗ ଦ୍ୱାରା ସେମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରେରଣା ଯୋଗାଇ ଦିଆଯାଉଛି  । ପ୍ରତ୍ୟେକ ମହିଳା କୃଷି ଓ ବ୍ୟବସାୟ ସମ୍ପର୍କିତ ଜ୍ଞାନ ଆହରଣ କରି ବିଭିନ୍ନ ବିଭାଗ ଦ୍ୱାରା ପ୍ରଦତ୍ତ ଯୋଜନାରେ ସାମିଲ ହୋଇ ସେଥିରୁ ଉପକୃତ ହୋଇ ନିଜକୁ ସୁଦୃଢ କରିପାରିବେ  । କର୍ମଶାଳାର ପ୍ରରମ୍ଭରେ ଓଡିଶା ଜୀବୀକା ମିଶନ୍ର ଜିଲ୍ଲା ଯୋଜନା ଅଧିକାରୀ ସନ୍ତୋଷ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମଧୁମିତା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ  । କୃଷି, ଉଦ୍ୟାନ,ପଶୁ ସମ୍ପଦ, ମସô୍ୟ ବିଭାଗ ପକ୍ଷରୁ ଲକ୍ଷପତି ଦିଦି ନିମିତ୍ତ କଣ ସବୁ ଯୋଜନା ରହିଛି  । ଏଥିରୁ କିଭଳି ଫାଇଦା ପାଇବେ ତାହା ସଂପୃକ୍ତ ଜିଲ୍ଲା ମୁଖ୍ୟ କୃଷିୁ ଅଧିକାରୀ ରବି ନାରାୟଣ ପଣ୍ଡା, ଉଦ୍ୟାନ ବିଭାଗୀୟ ଉପ ନିଦେ୍ର୍ଦଶକ କନ୍ଦ ଜେନା, ଉପଖଣ୍ଡ ପ୍ରାଣୀ ଚିକିସôା ଅଧିକାରୀ ଶୁଭ୍ରକାନ୍ତ ମହାନ୍ତି, ଜିଲ୍ଲା ମସô୍ୟ ସମ୍ପଦ ଅଧିକାରୀ ନିମାଇଁ ଚରଣ ବସ୍ତିଆ, ଲିଡ୍ ବ୍ୟାଙ୍କ ପରିଚାଳକ ହିମାଞ୍ଚଳ ସାହୁ, ଜିଲ୍ଲା ଶିଳ୍ପ ବିଭାଗ ସାଧାରଣ ପରିଚାଳକ ହୃଷିକେଶ ବେହେରା, ଓରମାସ୍ ଡେପୁଟି ସିଇଓ ସତ୍ୟ ସୁନ୍ଦର ପାଇଟାଲ ପ୍ରମୁଖ ନିଜ ନିଜ ବିଭାଗର କାର୍ଯ୍ୟକାରିତା, ଯୋଜନା ଏବଂ ଏଥିରୁ କିଭଳି ଲକ୍ଷପତି ଦିଦି ହୋଇ ଲାଭ ପାଇବେ ତାହା କର୍ମଶାଳାଟିରେ ଅବଗତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ହଜାରରୁ ଅଧିକ ମହିଳା ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ  ।