କେନ୍ଦ୍ରାଞ୍ଚଳ ଉପନିଦେ୍ର୍ଦଶକଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ)ଉପନିଦେ୍ର୍ଦଶକ ହମନ୍ତ କୁମାର ନାୟକ ଦୁଇ ଦିନିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସମସ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସମସ୍ତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଛନ୍ତି । ଏଥିସହିତ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ । ଗସ୍ତର ପ୍ରଥମ ଦିନରେ ଉପନିଦେ୍ର୍ଦଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ, ସହିଦ ପାର୍କସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ଓ ନୀଳଗିରି ସ୍ଥିତ ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରି ଯଥା ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ୱାଳ ଉପସ୍ଥିତ ଥିଲେ । ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ନାୟକ ସିମୁଳିଆସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ । ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ପାଠକମାନେ ଏହି ସୂଚନା କେନ୍ଦ୍ରଗୁଡିକ ସହିତ ଜଡିତ ହୋଇ ପାରିବେ । ସେହି ବିଷୟରେ ଶ୍ରୀ ନାୟକ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।