ଜିଲ୍ଲା ଚିକିସôାଳୟରେ ଆଇପିଏଚଏଲ ଉଦ୍ଘାଟିତ
ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଳୟ ପରିସରରେ ଆଜି ନୂତନ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍ଥ ଲାଇବ୍ରେରୀ (ଆଇପିଏଚଏଲ)ର ଉଦଘାଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ସାଂସଦ ଅଭିମନୁ୍ୟ ସେଠୀ ଏବଂ ବିଧାୟକ ସୀତାଂଶୁ ସେଖର ମହାପାତ୍ରଙ୍କ ସାନ୍ନିଧ୍ୟରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍ ଭାରତ ଯୋଜନା ଅଧୀନରେ ସ୍ଥାପିତ ଏହି ଆଧୁନିକ ପରୀକ୍ଷା ଓ ଗବେଷଣା କେନ୍ଦ୍ର ଭଦ୍ରକର ସ୍ୱାସ୍ଥ୍ୟ ସେବାକୁ ନୂତନ ଦିଗ ଦେଇଛି । ଗୋଟିଏ ଛାତ ତଳେ ସବୁ ପରୀକ୍ଷା ସୁବିଧା ଏବେ ରୋଗୀମାନେ ସହଜ, ଦ୍ରୁତ ଓ ସଠିକ୍ ଭାବରେ ପରୀକ୍ଷା କରାଇପାରିବେ । ଏହି ପଦକ୍ଷେପ ଫଳରେ ଭଦ୍ରକ ସହିତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକମାନେ ଗୁଣବତ୍ତାପୂର୍ଣ୍ଣ ଓ ଆଧୁନିକ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇ ପାରିବେ ।