ମିଳିତ ଜନଶୁଣାଣି ଶିବିରରେ ୧୪୧ ଅଭିଯୋଗ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି  । ଏଥିରେ ୧୪୦ ଅଭିଯୋଗର ଶୁଣାଣୀ ହୋଇଛି । ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି, ଅତିରିକ୍ତ ଜିଲ୍ଲା ପୁଲିସ ଅଧିକ୍ଷକ ଅରୂପ ରାଉତରାୟ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିସôାଧିକାରିଣୀ କନକଲତା ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ତୃପ୍ତିମୟୀ ପାତ୍ର ପ୍ରମୁଖ ଅଭିଯୋଗଗୁଡିକର ଶୁଣାଣୀ କରିଥିଲେ । ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ କମଳାକାନ୍ତ ସ୍ୱାଇଁଙ୍କ ବଦଳିକୁ ନେଇ ବହୁ ଅଭିଯୋଗ ହୋଇଥିଲା । ସେହିପରି ବିଏଲଏମ ଗୁଡିକର କାର୍ଯ୍ୟକାରିଣୀ ପରିବର୍ତ୍ତନକୁ ବିରୋଧ କରି ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ଅଭିଯୋଗ କରିଥିଲେ । ବର୍ଦ୍ଧିିତ ଭତ୍ତା ମିଳୁନଥିବା, ଜଳନିଷ୍କାସନ ସମସ୍ୟାର ନିରାକରଣ, ସାର ଅଭାବ ଜନିତ ଅଭିଯୋଗ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଜନିତ ସମସ୍ୟା, ରାସନ କାର୍ଡ ସମସ୍ୟା, ମୋବାରକପୁର ଉଚ୍ଚ ବିଦ୍ୟାଳୟର କିରାଣୀ ଓ ପିଅନଙ୍କ ବିରୋଧରେ ଅନିୟମିତା ଅଭିଯୋଗ ହୋଇଥିଲା । ବିଡିଓ ଦେବଦତ୍ତ ଦାଶ, ତହସିଲଦାର ରୋଜାଲିନ ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀଙ୍କ ସମେତ ବ୍ଲକସ୍ତରୀୟ ସମସ୍ତ ଅଧିକାରୀମାନେ ଶିବିରରେ ଉପସ୍ଥିତ ଥିଲେ ।