ଜିଲ୍ଲା ପ୍ରଶାସନ ପକ୍ଷରୁ ଟପ୍ପରଙ୍କୁ ସମ୍ବର୍ଦ୍ଧନା

  ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ୨୦୨୪-୨୫ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ଆଶାନୁରୂପ ସଫଳତା ହାସଲ କରିଛି । ରାଜ୍ୟସ୍ତରରେ ଜିଲ୍ଲା ୧୯ ତମ ସ୍ଥାନ ହାସଲ କରିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଫଳତା ହାର ବୃଦ୍ଧି ପାଇଛି । ଯାହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି ।  ଜିଲ୍ଲାର ଏହି ସଫଳତା ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇ ଅଧିକ ସଫଳତା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ପାଟିଲ ଏହି ଅବସରରେ କହିଛନ୍ତି । ପ୍ରକାଶ ଯେ, ମାଲକାନଗିରି ଜିଲ୍ଲାର ମୋଟ ୮୦୩୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ଏ ୱାନ୍ରେ ୧୨ ଜଣ, ଏ ଟୁରେ ୪୬ ଜଣ, ବି ୱାନ୍ରେ ୧୨୧ଜଣ, ବି ଟୁରେ ୫୪୬ ଜଣ, ସିରେ ୧୮୯୯ ଜଣ, ଡିରେ ୩୫୬୯ ଜଣ ଓ ଇ ଗ୍ରେଡ୍ରେ ୧୫୫୭ ଜଣ ସ୍ଥାନ ଅଧିକାର କରି ମୋଟ ଶତକଡା ୯୬.୪୧ ଭାଗ କୃତକାର୍ଯ୍ୟ ହୋଇଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ