ପିଏମଶ୍ରୀ ବିଦ୍ୟାଳର ପରିଚାଳନା ସମିତି ବୈଠକ
ମାଲକାନଗିରି : କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ପରିଚାଳନା ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କୈଳାଶ ମୀନା, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅଧ୍ୟାପକ ଡ଼ଃ ରଞ୍ଜନ ସ୍ୱାଇଁ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, ପ୍ରାଥମିକ ଶିକ୍ଷକ ଦିନେଶ କୁମାର ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟତଃ ବୋର୍ଡ୍ କ୍ଲାସ୍ ଫଳାଫଳକୁ ଉନ୍ନତ କରିବା ପାଇଁ କାର୍ଯ୍ୟଯୋଗ୍ୟ ଯୋଜନା ବିଦ୍ୟାଳୟର ଢାଞ୍ଚାଗତ ବିକାଶ କରି ଆଧୁନିକ ଶିକ୍ଷା ପରିବେଶ ସୃଷ୍ଟି ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ଓ ମଙ୍ଗଳ ସହ ଜଡିତ ଅନ୍ୟାନ୍ୟ ମୁଖ୍ୟ ବିଷୟ ଅଧ୍ୟକ୍ଷଙ୍କ ଦ୍ୱାରା ପିଏମଶ୍ରୀ ଯୋଜନା ଅନୁଯାୟୀ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ପାଇଁ ସମୁଦାୟିକ ଦାୟିତ୍ୱ ଓ ଦୃଢ଼ ପ୍ରତିବଦ୍ଧତା ଉପରେ ଜୋର ଦିଆଯାଇଥିଲା । ଏହି ବୈଠକକୁ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ ଦାସ, କାର୍ଯ୍ୟ ଅନୁଭବ ଶିକ୍ଷକ ଭି. ଅଶୋକ କୁମାର ଏବଂ କଳା ଶିକ୍ଷକ ଆଦିତ୍ୟ କୁମାର ପରିଚାଳନା କରିଥିଲେ ।