ଜିଲ୍ଲା ମହୋତ୍ସବରେ ଆଇନ୍ ସଚେତନତା ଷ୍ଟଲ୍

ଭଦ୍ରକ: ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ନେହେରୁ ଷ୍ଟାଡ଼ିୟମ୍ ଭଦ୍ରକରେ ·ଲିଥିବା ପଲ୍ଲିଶ୍ରୀ ମେଳାରେ ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ପକ୍ଷରୁ ଆଇନ୍ ସଚେତନତା ଓ ସେବା ନିମନ୍ତେ ଉଦ୍ଦିଷ୍ଟ ଷ୍ଟଲକୁ ଭଦ୍ରକ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମକେଶରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଷ୍ଟଲର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ମେଳାକୁ ଆସୁଥିବା ଲୋକଙ୍କୁ ଆଇନ୍ଗତ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ସଚେତନ କରାଇବା, ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମାଗଣା ଆଇନ୍ ସେବା ଯୋଗାଇ ଦେବେ । ଉଦ୍ଘାଟନ ଅବସରରେ ଜିଲ୍ଲା ଜଜ୍ଙ୍କ ସମେତ ଜିଲ୍ଲା ଜଜ୍ କୋର୍ଟରେ ବି·ରପରି ବୃନ୍ଦ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ନେହା ଅଗ୍ରୱାଲ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମ·ରୀ ଗଣ, ପ୍ୟାନେଲ ଓକିଲ ଏବଂ ପାରାଲିଗାଲ କର୍ମୀମାନେ ଯୋଗ ଦେଇଥିଲେ ।