ଜିଲ୍ଳାର ବେଷ୍ଟ କେମ୍ପୋରୀ ଭାବରେ ମନୋନୀତ

 ନୂଆପଡା : ଭୁବନେଶ୍ୱର ସ୍ଥିତ ରାଜ୍ୟ ରାଜଭବନରେ ଆୟୋଜିତ ରାଜ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ରାଜ୍ୟର ବେଷ୍ଟ କେମ୍ପୋରୀ ଭାବରେ ମନୋନୀତ ହୋଇ ରାଜ୍ୟପାଳ ହରିବାବୁ କମ୍ଭମପତି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ, ଡିପିଓ ମହେଶ କୁମାର ଦଣ୍ଡସେନା ଏବଂ ଆୟୋଜକ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନାର ପ୍ରଧାନ ଶିକ୍ଷକ ଶଶୀ ପାତ୍ର ପୁରସ୍କାର ଗ୍ରହଣ କରି ଜିଲ୍ଲା ପାଇଁ ଗର୍ବ ଓ ନୂତନ ପ୍ରେରଣା ଆଣିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ପ୍ରଶାନ୍ତ କୁମାର ପ୍ରଧାନୀ ଏବଂ ଗାଇଡ଼ ମଞ୍ଜୁଷା ମଞ୍ଜରୀ ଜଗତ ତଥା ସ୍କାଉଟ -ଗାଇଡ଼ ଉପସ୍ଥିତ ଥିଲେ  । ଏଇ ଖବର ପାଇ ନୂଆପଡା ଶୈକ୍ଷିକ ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି ।