ହୃଦ୍ଘାତରେ ଠିକାଦାରଙ୍କ ଆକସ୍ମିକ ମୃତୁ୍ୟ
କାକଟପୁର : କାକଟପୁର ବ୍ଳକ ଅଧିନସ୍ଥ ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ମହାଦେବବସ୍ତ ଗ୍ରାମର ବିଶିଷ୍ଟ ଠିକାଦାର ତଥା ଈଶ୍ୱରନୁରାଗି ଧର୍ମପରାୟଣ ବ୍ୟକ୍ତି ରମେଶ ଚନ୍ଦ୍ର ଦଳାଇ (୫୨)ଙ୍କର ଆକସ୍ମିକ ହୃଦଘାତରେ ପରଲୋକ ହୋଇଯାଇଛି । ଠିକାଦାର ସ୍ୱର୍ଗତ ଦଳାଇ ମହାଦେବବସ୍ତ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଗବତ ସପ୍ତାହ ପାଳନ ଉପଲକ୍ଷେ କମିଟିର କିଛି ମେମ୍ବର ମାନଙ୍କୁ ସାଥିରେ ଧରି ନାଉଗାଁ ଅଞ୍ଚଳରେ ଥିବା ଜନୈକ ବାବାଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ । ମାତ୍ର ବାଟରେ ରମେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କ ସାଥିରେ ଯାଇଥିବା ବ୍ୟକ୍ତି ମାନେ ପ୍ରଥମେ ଚିକିସôା ନିମନ୍ତେ ନାଉଗାଁ ମେଡିକାଲକୁ ନେଇଥିଲେ । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ବେଳକୁ ବେଳ ଗୁରୁତର ହେବାରୁ ଅଧିକ ଚିକିସôା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଚାରିଛକ ମେଡିକାଲକୁ ନେବା ସମୟରେ ବାଟରେ ମୃତୁ୍ୟ ହୋଇଯାଇଥିଲା । ସ୍ୱର୍ଗତ ଦଳାଇଙ୍କ ମୃତୁ୍ୟରେ କାକଟପୁର ଠିକାଦାର ସଙ୍ଘ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଠିକାଦାର ସମ୍ପଦ ସ୍ୱାଇଁ, ରଶ୍ମିରଞ୍ଜନ ସାହୁ, ନିରଞ୍ଜନ ବିଶ୍ୱାଳ, ଜିତେନ୍ଦ୍ରିୟ ନାୟକ, ସୁଚିତ୍ର ରାଉତ, ବିଷ୍ଣୁ ସେନାପତି, ମନୋରଞ୍ଜନ ନାୟକ, ଅଜୟ ମହାରଣା ପ୍ରମୁଖ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।