ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ,: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ଗ୍ରାମର ଟୁଟୁ ମଳିକଙ୍କର ଏକମାତ୍ର ପୁଅ ଲଳିତ(୧୪) ଜୀବନ ସହିତ କରୁଛନ୍ତି ସଂଘର୍ଷ । ଲଳିତ ନବମ ଶ୍ରେଣୀରେ ପଢୁଛନ୍ତି । ଆଜକୁ ଦେଢ଼ମାସ ତଳେ ସେ ନଦୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଗୋଟିଏ ଚାରିଚକିଆ ଗାଡି ଭାରସାମ୍ୟ ହରାଇ ତାଙ୍କ ସହ ଦୁର୍ଘଟଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇ ଯାଇଥିଲେ । ସେ ବର୍ତ୍ତମାନ ଭୁବନେଶ୍ୱର ଏକ ଘରୋଇ ମେଡିକାଲ୍ରେ ବ୍ରେନ୍ ସ୍ପାଇନାଲ୍ କର୍ଟରେ ଚିକିତ୍ସା ହେଉଛନ୍ତି । ତାଙ୍କର ମୁଣ୍ତର ସ୍ନାୟୁ କୋଷ କ୍ଷତି ହୋଇଥିବାର ଡାକ୍ତରୀ ପରୀକ୍ଷା ପରେ ଜଣାପଡିଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରୁ ସମସ୍ତ ଅର୍ଥ ଶେଷ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଦରକାର ପଡୁଛି । ତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି । ପରିବାର ପକ୍ଷରୁ ଆର୍ଥôକ ସାହାଯ୍ୟ ନିବେଦନ କରାଯାଇଛି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସ୍ୱେଛାସେବୀ ସଂଗଠନ ସାହାଯ୍ୟ କରିବାକୁ ଚାହୁଁଥିରେ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ,ଏସି -୪୦୫୯୩୪୦୦୧୦୦୨୮୫୧, ଆଇଏଫସି-ଆଇଓବିଏଓଆରଜିବି ୧ଏବଂ ଟୁଟୁ ମଲିକଙ୍କ ମୋବାଇଲ ନଂ ୮୦୯୩୫୧୪୩୭୭ ଯୋଗାଯୋଗ କରି ଅର୍ଥ ପଠାଇ ପାରିଲେ କୋମଳମତି ଶିଶୁଟିର ଉନ୍ନତ ଚିକିତ୍ସା ହୋଇପାରନ୍ତା ।