ତାଳଚେର: ବିକାଶ ଠୁଁ ବହୁ ଦୂରରେ
ଜିଲ୍ଳାର ଶିଳ୍ପନଗରୀ ତାଳଚେର ଆଜି ଶ୍ରୀହିନ ହୋଇପଡ଼ିଥିବା ବେଳେ ଏହି ଅଞ୍ଚଳରୁ ପ୍ରଚୁର ପରିମାଣରେ ଉଭୟ ସରକାର ରାଜସ୍ୱ ପାଉଥିଲେ ମଧ୍ୟ ଆଜି ଏହି ଅଞ୍ଚଳଟି ସବୁକ୍ଷେତ୍ରରେ କୋଣଠେସା ହୋଇପଡ଼ି ରହିଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଏହି ତାଳଚେରେରେ କୋଇଲା ଖଣି ସମେତ ବିଭିନ୍ନ ରାଷ୍ଟ୍ରଉଦ୍ୟୋଗ ଓ ଛୋଟବଡ଼ କଳକାରଖାନା ମାନ ମୁଣ୍ଡି ଟେିକିଛି । କିନ୍ତୁ ଅଞ୍ଚଳରେ ବିକାଶ ଢ଼େର ପଛରେ ପଡ଼ି ରହିଛି । ଅଞ୍ଚଳର ଗମନାଗମନ ପରିସ୍ଥିତି ଦେଖିଲେ ଅଞ୍ଚଳବାସୀ ଅହରହ ଦହଗଞ୍ଜ ହେଉଛନ୍ତି ଏଠାରୁ ଅନ୍ୟତ୍ର ସ୍ଥାନକୁ ଗମନାଗମନ ପାଇଁ ସେଭଳି କିଛି ସୁବିଧା ନାହିିଁ । ପ୍ରତ୍ୟେକ ଦିନ ସ୍ଥାନୀୟ ଅଧିବାସୀ ଠାରୁ ଆରମ୍ଭକରି ରାଜ୍ୟ ଓ ରାଜ୍ୟ ବାହାର ଲେକେ ଏହି ଅଞ୍ଚଳରୁ କଟକ, ଭୂବନେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ମୟୁରଭଞ୍ଜ, କୋଲକାତା, କେନ୍ଦୁଝରକୁ ଯାତାୟତ କରିବା ସହିତ ଶହଶହ ଗୁରୁତର ରୋଗୀଙ୍କୁ ବିଭିନ୍ନ ଯାନବାହାନରେ ବୁହାଯାଇଥାଏ । ଏଠାରେ ସର୍ବାଧିକ ବାହାର ରାଜ୍ୟର ଲୋକ ରହୁଛନ୍ତି । ଅସ୍ଥାୟୀ ମୁଣ୍ଡାବସ୍ତି ଓ ଆଦିବାସୀ ଜାତି ପ୍ରାୟତଃ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଳାର ହୋଇଥିବାରୁ ଏମାନେ ନିଜ ଜିଲ୍ଳାକୁ ଯାତାୟତ କରିଥାନ୍ତି । କିନ୍ତୁ ସେମାନଙ୍କ ପାଇଁ ଏଠାରୁ କୌଣସି ଗମନାଗମନ ପାଇଁ ଭିତିଭୂମି ସୁଦୃଢ଼ ବ୍ୟବସ୍ଥା କରାଯାଇ ନାହିଁ । ତାଳଚେର ସହର ଠାରୁ ତାଳଚେର ରେଲୱେଷ୍ଟେସନ ୪କିମି ହୋଇଥିବା ବେଳେ ତାଳଚେର ରୋଡ଼ଷ୍ଟେସନ ୮କିମି ଦୂର ହେବ । ଅଟୋରେ ଏହି ସ୍ଥାନକୁ ଯିବାକୁ ହେଲେ ୩ଶହରୁ ୪ଶହଟଙ୍କା ଖର୍ଚ୍ଚ ହେବାକୁ ପଡ଼ିଥାଏ । ସେହିଭଳି ତାଳଚେର ସବଡ଼ିଭିଜନରେ ଏକମାତ୍ର ବସଷ୍ଟାଣ୍ଡ ରହିଛି । ଏହି ବସଷ୍ଟାଣ୍ଡର ଆୟତନ ବହୁତ କମ ରହିଥିବା ବେଳେ ରାତ୍ରୀ ସମୟରେ ବିଭିନ୍ନ କାରଣରୁ ଯାତ୍ରୀମାନେ ଏଠାରେ ଆଶ୍ରୟ ନେବାକୁ ନିରାପଦ ମଣୁନାହାନ୍ତି । ସେହଭଳି ତାଳଚେର ସହର ଠାରୁ ଆରମ୍ଭକରି ଗ୍ରାମାଚଂଳ ପର୍ଯ୍ୟନ୍ତ କେଉଁଠାରେ ଯାତ୍ରୀବିଶ୍ରମାମ ଗୃହ ଅସୁରକ୍ଷିତ ରହିଥିବା ବେଳେ ଆଉ କେଉଁଠାରେ ଜବରଦଖଲରେ ରହିଛି ଏବଂ ଏଥି ମଧ୍ୟରୁ ବସଷ୍ଟୋପେଜ୍ ଉଭାନ ହୋଇଥିବା ଦେଖିବାକୁ ମିଳିଛି । ଖୋଦ୍ ତାଳଚେର ସହର ମଧ୍ୟରେ ଏକାଧିକ ସ୍ଥାନରେ ବସଷ୍ଟୋପେଜ୍ କେଉଁଆଡ଼େ ଉଭାନ ହୋଇଥିବା ଆଶ୍ଚର୍ଯ୍ୟଜନକ ବିଷୟ ହୋଇଛି । ଏହି ବିଶ୍ରାମ ଗୁଡ଼ିକ ନଥିବାରୁ ଖରାବର୍ଷା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏପରିକି, ଛାତ୍ରଛାତ୍ରୀମାନେ ବସଷ୍ଟୋପେଜ ରହୁନଥିବାରୁ ବାଧ୍ୟହୋଇ ସେମାନେ ଘଣ୍ଟାଘଣ୍ଟା ଧରି ରାସ୍ତା ଉପରେ ଛିଡ଼ା ହୋଇ ରହି ବସକୁ ଅପେକ୍ଷା କରୁଥିବା ଘଟଣା ଶିଳ୍ପନଗରୀ ଅଞ୍ଚଳରେ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଏଠାରେ ସିଏସଆର ଓ ଡ଼ିଏମ ଫଣ୍ଡର ବାଟବଣା ହେଉଥିବା ବେଳେ ଏଥିପ୍ରତି କିପରି ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧି ଦୃଷ୍ଟି ଦେଉନଥିବା ପରିତାପର ବିଷୟ ହୋଇଛି ।