ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ
ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଆରପଟା ଗ୍ରାମରେ ଗତକାଲି ୨୮ ତାରିଖ ବିଳମ୍ବିତ ରାତିରେ ଅଗ୍ନକାଣ୍ଡ ଘଟି ଗରିବ ଶରତ ଚନ୍ଦ୍ର ପାତ୍ରଙ୍କ ୨ ବଖରା ଚାଳଘର ପୋଡ଼ି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଏଥିରେ ନିଆଁରେ ନିଜେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିସôିତ ହୋଇଥିବା ବେଳେ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ଏଥିସହିତ ଅନ୍ୟ ୨/୩ ଟି ଗୋରୁ ଅର୍ଦ୍ଧ ଦଗ୍ଧ ତଥା ଗୁରୁତର ଆହତ ହୋଇଥିବା ଦେଖାଯାଇଛି । ଏଥିରେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ଦେଖାଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡ଼ିନାହିଁ । ସ୍ଥାନୀୟ ବାସିନ୍ଦା ତଥା ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଏ ସମ୍ପର୍କରେ ବଡ଼ସାହି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ କହିଛନ୍ତି । ବଡ଼ସାହି ବ୍ଲକ୍ ପ୍ରାଣୀ ଚିକିସôାଧିକାରୀଙ୍କୁ ମଧ୍ୟ ମୃତ ଓ ଆହତ ଗୋରୁ ବାବଦରେ ସହାୟତା ଯୋଗାଇଦେବାକୁ କହିଛନ୍ତି । ପକ୍କାଘର ଯୋଗାଇଦେବାକୁ ବିଡ଼ିଓଙ୍କ ସହିତ ଫୋନରେ ଯୋଗାଯୋଗ କରିଛନ୍ତି । ଅପରାହ୍ନରେ ବଡ଼ସାହି ବିଧାୟକ ସନାତନ ବିଜୁଳି ବଡ଼ସାହି ତହସିଲଦାର ଓ ବିଡ଼ିଓ ଏବଂ ନିଜ ସମର୍ଥକଙ୍କ ସହିତ ଉକ୍ତ ଆରପଟା ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଗ୍ନିକାଣ୍ଡରେ ଆହତ ଶରତ ଚନ୍ଦ୍ରକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସିଡିଏମଓଙ୍କୁ କହିଥିଲେ । ସରକାରୀ ଯୋଜନାରେ ତାଙ୍କୁ ଘର ପ୍ରଦାନ କରିବାକୁ ଉପସ୍ଥିତ ବିଡ଼ିଓଙ୍କୁ କହିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ତହସିଲଦାରଙ୍କୁ କହିଥିଲେ ।