ନିମ୍ନମାନର ସେତୁ, ଭାଙ୍ଗିଲା ଆପ୍ରୋଚ ୱାଲ
କୋଷାଗୁମୁଡାରୁ ପ୍ରସାଦ ବିଷୋଇ : ନିର୍ମାଣ ନହେଉନୁ ଭାଙ୍ଗିଗଲାଣି ସେତୁର ଆପ୍ରୋଚ ୱାଲ । ବିଭାଗର ଗାଇଡଲାଇନକୁ ବେଖାତିର ହୋଇ ନିମ୍ନମାନର ବିଜୁସେତୁ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ଚିର୍ମା ପଞ୍ଚାୟତରୁ । ଚିର୍ମା-ଦୁଗଲାହାଣ୍ଡି ରାସ୍ତାର ଚିର୍ମା-ପଡେଇଗୁଡା ମୁଖ୍ୟ ରାସ୍ତାରେ ଥିବା ଏକ ନାଳ ଉପରେ ନବରଙ୍ଗପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ଦ୍ୱାରା ବିଜୁସେତୁ ଯୋଜନାରେ ୫କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କରାଯାଉଛି । ଏହି କାମକୁ ସଙ୍ଗୀତ କୁମାର ଜୈନଙ୍କ ଠିକା ସଂସ୍ଥା ନିର୍ମାଣ କରୁଥିବା ବେଳେ ନିର୍ମାଣ କାମ ଅତି ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେତୁର ମୁଖ୍ୟ ପୋଲକୁ ଲାଗି ରହିଥିବା ଆପ୍ରୋଚ ୱାଲ ଗୁଡିକ ୮ରୁ୧୦ ଇଞ୍ଚ ଯାଏଁ ଭାଙ୍ଗି ଯାଇଥିବା ବେଳେ ଏଗ୍ରୀଗେଟ ଠିକ ଭାବେ ମିଶ୍ରଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ନିର୍ମାଣ କାର୍ଯ୍ୟର ଫିଲିଙ୍ଗ ସ୍ଥାନରେ କମ ପରିମାଣର ବାଲି ଅଧିକ ପରିମାଣର ମାଟି ଭାଇବ୍ରେଟର ଲଗାଇ ଫିଲିଙ୍ଗ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ସେତୁର ସ୍ଥାୟିତ୍ୱକୁ