ଜୁନ୍ ୩୦ ସୁଦ୍ଧା ସୀମା ପୁନର୍ଗଠନ
ଭୁବନେଶ୍ୱର: ୨୦୨୬ରେ ହେବ ଜନଗଣନା । ଏଥର ଜାତି ଗଣନା ବି ହେବ । ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ଜିଲ୍ଲା, ସବଡ଼ିଭିଜନ, ତହସିଲ୍, ରାଜସ୍ୱ ଗ୍ରାମ, ସହରାଞ୍ଚଳ ନିକାୟ ସଂସ୍ଥାର ପୁନର୍ଗଠନ ସାରିବାକୁ ପଦକ୍ଷେପ ନିଆଯାଇଛି । ଆସନ୍ତା ଜୁନ୍ ୩୦ ସୁଦ୍ଧା ଏହି କାମ ସାରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଜୁଲାଇ ପହିଲାରୁ ଏହି ସୀମା ପୁନର୍ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ପତ୍ର ମାଧ୍ୟମରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓମାନଙ୍କୁ ଅବଗତ କରାଯାଇଛି ।
ସୂଚନାଯୋଗ୍ୟଯେ, ୨୦୨୧ରେ ଜନଗଣନା ହେବା କଥା । କିନ୍ତୁ କରୋନା ପାଇଁ ଜନଗଣନାରେ ବାଧକ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ୨୦୨୬ରେ ଜନଗଣନା ହେବାର ଥିବାବେଳେ ଏଥର ଜାତି ଜନଗଣନା କରାଯିବ ।