ରଥରେ ଚାପି ହୋଇ ୬ ଆହତ

ବିନିକା କଂସାରୀପଡ଼ାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ରଥରେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।