ଜେଏସ୍ଏଲ୍କୁ ଆଇଏମ୍ସି ରାମକୃଷ୍ଣ ବଜାଜ ଜାତୀୟ ଗୁଣବତ୍ତା ସମ୍ମାନ

 କଳିଙ୍ଗନଗର :ଉତ୍ପାଦନ ବର୍ଗରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡକୁ ପ୍ରତିଷ୍ଠିତ ଆଇଏମସି ରାମକୃଷ୍ଣ ବଜାଜ ଜାତୀୟ ଗୁଣବତ୍ତା ସମ୍ମାନରେ ସମ୍ମାନିତ କରାଯାଇଛି । ୨୩ ଏପ୍ରିଲରେ ମୁମ୍ବାଇର ଆଇଏମସି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ପ୍ରଦାନ କରାଯାଇଥିବା ଏହି ପୁରସ୍କାର, ଗୁଣବତ୍ତା, ନବସୃଜନ, ଗ୍ରାହକ-କେନ୍ଦ୍ରିକତା ଏବଂ କାର୍ଯ୍ୟକ୍ଷମ ଉକôର୍ଷତା ପ୍ରତି ଜିନ୍ଦଲ ଷ୍ଟେନଲେସର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଛି । ବିଶ୍ୱସ୍ତରୀୟ ପ୍ରସିଦ୍ଧ ମାଲକମ୍ ବାଲଡ୍ରିଜ୍ ଜାତୀୟ ଗୁଣବତ୍ତା ପୁରସ୍କାର ଉପରେ ଆଧାରିତ, ଏହି ମାନ୍ୟତା ଭାରତୀୟ ଉତ୍ପାଦନରେ ଉକôର୍ଷତା ପାଇଁ ଏକ ମାନଦଣ୍ଡ ଭାବରେ କମ୍ପାନୀର ସ୍ଥିତିକୁ ସୁଦୃଢ଼ କରୁଛି ।୧୯୯୬ରେ ପ୍ରତିଷ୍ଠିତ, ଆଇଏମସି ରାମକୃଷ୍ଣ ବଜାଜ ଜାତୀୟ ଗୁଣବତ୍ତା ପୁରସ୍କାର ହେଉଛି ଭାରତର ପ୍ରମୁଖ ଗୁଣବତ୍ତା ପୁରସ୍କାର ମଧ୍ୟରୁ ଗୋଟିଏ, ଯାହା ନେତୃତ୍ୱ, ଗ୍ରାହକ ଧ୍ୟାନ ଏବଂ ବ୍ୟବସାୟିକ ଫଳାଫଳ ଉପରେ ସଂଗଠନ ଗୁଡ଼ିକର ମୂଲ୍ୟାଙ୍କନ କରେ । ଜିନ୍ଦଲ ଷ୍ଟେନଲେସର ଯାଜପୁର ୟୁନିଟ୍ ଏହାର ଦୃଢ଼ ସିଷ୍ଟମ, ଲୋକ-ଚାଳିତ ସଂସ୍କୃତି ଏବଂ ନିରନ୍ତର ଉନ୍ନତି ଉପରେ ସ୍ଥିର ଧ୍ୟାନ ପାଇଁ ସମ୍ମାନିତ ହୋଇଛି । ଏହି ସଫଳତା ଉପରେ ମତ ଦେଇ, ଜିନ୍ଦଲ ଷ୍ଟେନଲେସର ଯାଜପୁର ୟୁନିଟ୍ ମୁଖ୍ୟଦୀପକ ଅଗ୍ରୱାଲ କହିଛନ୍ତି, ଆମେ ଆଇଏମସି ରାମକୃଷ୍ଣ ବଜାଜ ଜାତୀୟ ଗୁଣବତ୍ତା ପ୍ରଦର୍ଶନ ଉକôର୍ଷତା ପୁରସ୍କାର ପାଇ ଧନ୍ୟ ମନେ କରୁଛୁ ।ଏହି ମାନ୍ୟତା ଆମ ଦଳର କାର୍ଯ୍ୟକ୍ଷମ ଉକôର୍ଷତା ଏବଂ ଗ୍ରାହକ ମୂଲ୍ୟ ପାଇଁ ନିରନ୍ତର ପ୍ରୟାସର ଏକ ପ୍ରମାଣ ।