ବଣମଲ୍ଲୀ ସାହିତ୍ୟ ସଂଗଠନର ପ୍ରତିଷ୍ଠା ଦିବସ

 କବାଟବନ୍ଧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠାନ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଉପଦେଷ୍ଟା ପଦ୍ମନାଭ ଶତପଥୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅନୁଷ୍ଠାନ କାର୍ଯ୍ୟଧାରା ବିଷୟରେ ଆଲୋଚନା ହେବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଯୋଜନା କରାଯାଇଛି । ଏହାସହ ଅନୁଷ୍ଠାନ ପକ୍ଷରୁ ଜୁନ୍ ୧୬ରେ ଆୟୋଜିତ ହେବାକୁ ଥିବା ଏହାର ୧୧ତମ ବାର୍ଷିକ ଉତ୍ସବ ଓ ମୁଖପତ୍ର ମହକ ଅଷ୍ଟମ ସଂସ୍କରଣର ଉନ୍ମୋଚନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ସଭାପତି ଜୟଦେବ ଶତପଥୀ, ଉପସଭାପତି ନିର୍ମାଲ୍ୟ କୁମାର ପ୍ରଧାନ, ସଦସ୍ୟ ଲାଲମୋହନ ଶତପଥୀ, ତିର୍ଥବାସି ଦଳାଇ, ଅନ୍ତର୍ଯ୍ୟାମୀ ବେହେରା, ଶୁଭମ୍ ବଳ ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ ।