ବିଜେଡିର କର୍ମୀ ସମ୍ମିଳନୀ


ସିଂହପୁର,: ବିଞ୍ଝାରପୁର ବ୍ଲକ କଲ୍ୟାଣପୁରରେ ବିଜେଡ଼ିର କର୍ମୀ ସମ୍ମିଳନୀ ହୋଇଛି । ବିଜେଡି ନେତା ସ୍ୱାଧୀନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତକର୍ମୀ ସମ୍ମିଳନୀରେ ପ୍ରାର୍ଥୀନୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକୁ ବିପୁଳ ସମର୍ଥନ ସ୍ୱରୂପ ଯୋଡି ଶଙ୍ଖରେ ଭୋଟ ଦେଇ ବହୁ ମତରେ ସମର୍ଥନ କରିବାକୁ ନିବେଦନ କରିଥିଲେ । କର୍ମୀ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ରାଜିତା ଦାସ, ସରପଞ୍ଚ ଭାରତୀ କାଣ୍ଡି, ଶରତ ସାମଲ, ବଳରାମ ମାଲିକ, ସନାତନ ମାଲିକ, ନବ କିଶୋର ସାହୁ, ମକର ରଣା ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ ।