ଜେନେରେଟରରେ ପଶିଲା ଶାଢୀ... ବିଜେଡ଼ି ନେତ୍ରୀ ଆହତ

 ବ୍ୟାସନଗର:  ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରୁ ତଳକୁ ଆସୁଥିବା ବେଳେ ବିଜେଡ଼ି ନେତ୍ରୀ ତଥା ପୂର୍ବତନ ପୈାରପାଳିକା ସବିତା ରାଉତ ଆହତ ହୋଇଛନ୍ତି । ଆହତ ସବିତାଙ୍କ ବାମହାତଟି କ୍ଷତାକ୍ତ ହୋଇଥିବା ବେଳେ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତି ହୋଇ ଚିକିସôିତ ହେଉଛନ୍ତି । ଖବର ମତେ ଆଜି ସନ୍ଧ୍ୟାରେ ଆଜି ଶୀତଳଷଷ୍ଠୀ ଅବସରରେ ଜିଲା କିନ୍ନରନ ସଂଘ ପକ୍ଷରୁ ସାପଗାଡ଼ିଆ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଅତିଥି ଭାବେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ସବିତା ରାଉତ ଯୋଗ ଦେଇଥିଲେ । ବକ୍ତବ୍ୟ ସାରି ସବିତା ମଞ୍ଚରୁ ଫେରୁଥିବା ବେଳେ ଲାଗିଥିବା ଜେନେଟରରେ ତାଙ୍କ ଶାଢୀର ଓଢଣୀ ପସିଯାଇଥିଲା । ଶାଢୀକୁ ସେ  ଟାଣି ବାହାର କରିବା ପୂର୍ବର୍ରୁ ତାଙ୍କ ବାମହାତଟି ଜେନେଟର ବସିଯାଇଥିଲା । ତେବେ ଉପସ୍ଥିତ ଲୋକେ ସବିତାଙ୍କ ଶାଢୀକୁ ଭିଡ଼ି ବାହାର କରି ବଡ଼ ଦୁର୍ଘଟଣାକୁ ରୋକିବାକୁ ସମର୍ଥ ହୋଇଥିଲେ ହେଁ ତାଙ୍କ ବାମହାତ କ୍ଷତାକ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଯାଜପୁର ରୋଡ଼ ମେଡ଼ିକାରେ ଭର୍ତି କରାଯାଇଥିଲା । ଖବର ପାଇ ଶ୍ରୀ ଦାସଙ୍କ ସହ ବିଜେଡ଼ି କାଉନସିଲର, ପୈାର ନେତା/ନେତ୍ରୀ ପହଁଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।