ଜ୍ଞାନପ୍ରଭା ମିଶନ ଦ୍ୱାରା କର୍କଟ ସଚେତନତା

 ନାଉଗାଁ  : ନାଉଗାଁ ବ୍ଲକ ଅବଦଲପୁର ସ୍ଥିତ ହରିହରାନନ୍ଦ ମାତୃଆଶ୍ରମ ଠାରେ ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ମାଆଗୁରୁ ପ୍ରେମାନନ୍ଦଜୀଙ୍କର ଜୟନ୍ତୀ ଅବସରରେ ଏକ କର୍କଟ ରୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିରଟି ବାଗଚି ଶ୍ରୀଶଙ୍କରା ହସ୍ପିଟାଲର ଅଭିଜ୍ଞ ଚିକିସôକ ଡ଼ଃ ଅଭିଷେକ ଦଣ୍ଡପାଟ ଓ ଡ଼ଃ ନିହାରିକା ଦାସଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା  । ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ରୂପରେଖ ଓ ଆଜିର ସମାଜରେ କର୍କଟ ରୋଗର ଭୟଭହିତ ବିଷୟରେ ଜ୍ଞାନପ୍ରଭା ମିଶନର ସମ୍ପାଦିକା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ  । ଏହାପରେ ଚିକିସôକମାନେ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ପ୍ରକାର କର୍କଟ ରୋଗର କାରଣ, ନିରାକରଣ, ଚିକିସôା ଆଦି ବିଷୟରେ ବିଶେଷ ଭାବରେ ଉପସ୍ଥାପନା କରିଥିଲେ  । ଏହି କାର୍ଯ୍ୟକ୍ରମକୁ ଜ୍ଞାନପ୍ରଭା ମିଶନର ସନ୍ୟାସିନୀ ସ୍ୱାମୀ ଦୁର୍ଗେସାନନ୍ଦ ମାଆ, ସ୍ୱାମୀ ସୁମେଧାନନ୍ଦ ମାଆ, ବ୍ରହ୍ମଚାରିଣୀ କୃଷ୍ଣମୟୀ ମାଆ, ବ୍ରହ୍ମଚାରିଣୀ ମଧୁମୟୀ ମାଆ, କୁହୁକିନୀ ମାଆ ଓ ସମସ୍ତ ଗୁରୁଭାଇ ଓ ମାଆମାନେ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ  ।