ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ
ଦଶରଥପୁର : ମେଧାବୃୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ତୃତୀୟ ଶ୍ରେଣୀ ପାଇଁ ଦେଇଥିବା ବୃୃତ୍ତି ପରୀକ୍ଷାରେ ସାଇ ସ୍ୱରୂପ ସମଗ୍ର ବ୍ଲକ୍ରେ ପ୍ରଥମ ହୋଇଥିବା ବେଳେ ପଞ୍ଚମ ଶ୍ରେଣୀ ବୃୃତ୍ତି ପରୀକ୍ଷାରେ ଶୁଭଶ୍ରୀ ପ୍ରଥମ ହୋଇଛନ୍ତି । ବ୍ଲକ୍ ଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ତୃତୀୟ ଶ୍ରେଣୀ ପାଇଁ ଦଶରଥପୁର ଶିକ୍ଷା ଭାରତୀ ବିଦ୍ୟା ମନ୍ଦିରର ଛାତ୍ର ସାଇ ସ୍ୱରୂପ ଦାସ ପ୍ରଥମ ହୋଇଥିବାବେଳେ, ଦ୍ୱିତୀୟରେ ଥାଲକୁଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ବିଭୁଦୃତ୍ତ କର, ତୃତୀୟରେ ଶିକ୍ଷା ଭାରତୀ ବିଦ୍ୟା ମନ୍ଦିର ଦଶରଥପୁରର ରେୟାନ୍ସ ରାଜୀବ ଗିରି, ଚତୁର୍ଥରେ ଥାଲକୁଡ଼ି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସ୍ୱାତୀ ପଟ୍ଟନାୟକ, ପଞ୍ଚମରେ ସେହି ବିଦ୍ୟାଳୟର ଛାତ୍ର ସାଇ ସନ୍ତୋଷୀ ସ୍ୱାଇଁ, ଷଷ୍ଠରେ ବଉଳାଙ୍ଗ ଉ.ପ୍ରା. ବିଦ୍ୟାଳୟର ଛାତ୍ର ଦୀପଙ୍କର ଶତପଥି ଓ ସପ୍ତମରେ ପାରିପଦା ଉ.ପ୍ରା. ବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ସାହୁଙ୍କ ନାମ ଘୋଷିତ ହୋଇଛି । ସେହିପରି ପଞ୍ଚମ ଶ୍ରେଣୀ ପାଇଁ ମେଧାବତ୍ତି ପରୀକ୍ଷା ଦେଇଥିବା କେ.ସି.ଜେନା ନୋଡାଲ ଉ.ପ୍ରା ସ୍କୁଲଛାତ୍ରୀ ଶୁଭଶ୍ରୀ ନାୟକ ପ୍ରଥମ ହୋଇଥିବା ବେଳେ, ବିରଜାପୁର ନୋଡ଼ାଲ ଉ.ପ୍ରା ସ୍କୁଲ ଛାତ୍ର ବିବେକ ରାଉତରାୟ ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଥାଲକୁଡ଼ିର ଛାତ୍ର ସାଇକୃଷ୍ଣ ପୃଷ୍ଟି ତୃତୀୟ, ବିରଜାପୁର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟର ଛାତ୍ର ସୂର୍ଯ୍ୟପ୍ରକାଶ ଦାସ ଚତୁର୍ଥ, ଜୁନିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୋନାକ୍ଷୀ ସାମଲ ପଞ୍ଚମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାହାସୋଇର ଛାତ୍ରୀ ଶ୍ରୀୟା ସାହୁ ଷଷ୍ଠ ଓ ଆନେ୍ଦାଳା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସ୍ନେହାଶ୍ରୀ ରାଉତରାୟ ସପ୍ତମ ସ୍ଥାନରେ ଏହି ମେଧାବୃତ୍ତି ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବାର ଘୋଷଣା କରାଯାଇଛି । ଏହି ଅବସରରେ ବିରଜାପୁର ସରପଞ୍ଚ ନିରାକାର ସାହୁ, ବିରଜାପୁର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟର ଛାତ୍ର ସୂର୍ଯ୍ୟପ୍ରକାଶ ଦାସ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମଗ୍ର ବ୍ଲକ୍ର କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।