ଜ୍ୟୋତିଙ୍କୁ ବୁଥ ଏଜେଣ୍ଟ ଦାୟିତ୍ୱ
ଖଇରା : ଆଉ ମାତ୍ର କିଛି ଦିନ ମଧ୍ୟରେ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ୨୭୧ ବୁଥରେ ବିଜେଡି ଏଜେଣ୍ଟ ନିଯୁକ୍ତି ପାଇଁ ଦଳ ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛି । ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଗତ ୪ତାରିଖରେ ଲିଖିତ ଭାବେ ଏହି ଦାୟିତ୍ୱ ଶ୍ରୀ ପାଣିଗ୍ରାହୀଙ୍କୁ ନ୍ୟସ୍ତ କରିଛନ୍ତି । ନିଯୁକ୍ତ ହେବାକୁ ଥିବା ଏହି ଏଜେଣ୍ଟମାନେ ଚୂଡାନ୍ତ ଭୋଟର ତାଲିକା କପି ଗ୍ରହଣ କରିବା ପରେ ତ୍ରୁଟି ବିଚୁ୍ୟତିକୁକୁ ବୁଥସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବେ । ଏହା ମଧ୍ୟରେ ପ୍ରାକ୍ତନ ବିଧାୟକ ଶ୍ରୀ ପାଣିଗ୍ରାହୀ ବୁଥସ୍ତରରେ ଦଳୀୟ କର୍ମୀ ମାନଙ୍କର ବୈଠକ ଡାକି ଦାୟୀତ୍ୱ ସମ୍ପର୍ଣ୍ଣ କର୍ମୀଙ୍କୁ ବିଏଲଏ ଏଜେଣ୍ଟ ଭାବେ ଚୟନ କରିବା ସହ ସେମାନଙ୍କ ଉପରେ ଥିବା ଗୁରୁ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି । ଏଜେଣ୍ଟ ତାଲିକା ପ୍ରସ୍ତୁତି ସରିଛି, ଖୁବ୍ଶୀଘ୍ର ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।