ଝାରସୁଗୁଡା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ
ଝାରସୁଗୁଡା : ଝାରସୁଗୁଡା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସମୟରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି ।
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମଠାରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏସିରୁ ସର୍ଟ ସର୍କିଟ ହୋଇ ଏହି ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ହେବା ଫଳରେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଛି । ଷ୍ଟେସନ ପରିସରରେ ଥିବା ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଆରପିଏଫ, ଜିଆରପି, ଝାରସୁଗୁଡା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।
Samir Kumar Rout