ଟାଟା ପାୱାର ପକ୍ଷରୁ ନୂତନ ଟ୍ରାନ୍ସଫର୍ମର ସ୍ଥାପିତ
ଭୁବନେଶ୍ୱର : ଗତ ପାଞ୍ଚ ବର୍ଷ ଧରି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ରାଜ୍ୟର ବିଦୁ୍ୟତ୍ ବଣ୍ଟନ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ କରାଯାଇ ଶକ୍ତି ଭରସା ଯୋଗ୍ୟତା, ସମସ୍ତଙ୍କ ପାଖରେ ବିଦୁ୍ୟତ୍ ପହଁଞ୍ଚାଇବା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିର୍ତିଭୂମି ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଇଛି । ଏହି କ୍ରମରେ ଚାରିଟି ଡିସ୍କମ୍ଗୁଡ଼ିକ ପକ୍ଷରୁ ପ୍ରାୟ ୪୦୦୦୦ରୁ ଅଧିକ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ଏହି ବ୍ୟାପକ ଧରଣର କ୍ଷମତା ବୃଦ୍ଧି ଭୋଲଟେଜ୍ରେ ସ୍ଥିରତା ଆଣିବା, ବୈଷୟିକ କ୍ଷତିରେ ହ୍ରାସ ଏବଂ ଉଭୟ ଗ୍ରାମୀଣ ଓ ସହରାଂଚଳରେ ବିଦୁ୍ୟତ୍ ଯୋଗାଣର ଗୁଣାତ୍ମକ ମାନରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭିର୍ତିଭୂମି ସମ୍ପ୍ରସାରଣ ସହିତ ଏହି ଡିସ୍କମ୍ଗୁଡ଼ିକ ପରିଚାଳନା ପ୍ରଦର୍ଶନରେ ଉଲ୍ଲେଖନୀୟ ଲାଭ ପ୍ରଦାନ କରିଛନ୍ତି । ଏଟିଆଣ୍ଡ୍ସି କ୍ଷତି ହାରାହାରି ୧୧ ପ୍ରତିଶତ ହ୍ରାସ ଘଟିଛି ଏବଂ ୧୦ ଲକ୍ଷରୁ ଅଧିକ ନୂଆ ସଂଯୋଗ ପ୍ରଦାନ କରାଯାଇଛି । ବିଦୁ୍ୟତ ବଂଟନ ୟୁଟିଲିଟିର ୧୩ତମ ସମନ୍ୱିତ ରେଟିଂ (୨୦୨୩-୨୪ ଆର୍ଥିକ ବର୍ଷ)ରେ ତିନିଟି ଓଡ଼ିଶା ଡିସକମ୍କୁ ଏ+ ରେଟିଂ ସିହିତ ଏହି ପ୍ରଗତି ଜାତୀୟ ମାନ୍ୟତା ହାସଲ କରିଛି ।