ଟାଟା ଷ୍ଟିଲ ପକ୍ଷରୁ ଆଦିବାସୀ-ଭାଷା ପାଠାଗାର ଲୋକାର୍ପିତ

ଯାଜପୁର : ସୁକିନ୍ଦା ବ୍ଲକ୍ ଲେମ୍ବୋ ପଞ୍ଚାୟତ ଗିରିଧରଡ଼ିହି ଠାରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବାବା ତିଲକା ମାଝୀ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ମିଳିତ ଆନୁକୂଲ୍ୟରେ ଏକ ଦିନିକିଆ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଆଦିବାସୀ ଲୋକଙ୍କ ପାଇଁ ଏକ ବହୁ ଆଦିବାସୀ-ଭାଷା ପାଠାଗାର ଉଦଘାଟିତ ହୋଇଛି । ଟିଏସଏଫ ଏହାର ସହଯୋଗୀ ସଂସ୍ଥା ଆଦିବାସୀ ସୋସିଓ ଏଜୁକେସନ ଏଣ୍ଡ କାଲଚରାଲ ଆସୋସିଏସନ ସହ ମିଶି ଏହି ପାଠାଗାର ଉଦଘାଟନ କରଛି । ଏହି ପାଠାଗାରରେ ବର୍ତ୍ତମାନ ହୋ, ମୁଣ୍ଡା, ଓରାଓଁ ଏବଂ ସାନ୍ଥାଳୀ ଭାଷାର ପୁସ୍ତକ ଅଛି । କାର୍ଯ୍ୟକ୍ରମରେ ଏନଟିପିସିର ଜେନେରାଲ ମ୍ୟାନେଜର ସୁଦର୍ଶନ ହେମ୍ବ୍ରମ, ଅବସରପ୍ରାପ୍ତ ଆଇଆରଏସ ଉଦୟନାଥ ମାଝୀ, ଆରଆଇ ହୃଷିକେଶ ମୁର୍ମୁ, ଲେମ୍ବୋ ପଂଚାୟତ  ସରପଂଚ କଳ୍ପନା ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।  ସ୍ମୃତି ସମାରୋହରେ ଆଖପାଖ ଗ୍ରାମର ପ୍ରାୟ ୭୦୦ ଆଦିବାସୀ ଭାଷା ଶିକ୍ଷକ, ଛାତ୍ରଛାତ୍ରୀ, ଯୁବକ ଓ ସ୍ଥାନୀୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ । କେତେକ ଛାତ୍ରଛାତ୍ରୀ କ୍ଷୁଦ୍ର ବ୍ୟଙ୍ଗ ନାଟକ ପରିବେଷଣ କରି ଶିକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସାନ୍ତାଳୀ ଲୋକଙ୍କ କିଛି ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।