ନବ ନିର୍ମାଣ କୃଷକ ସଙ୍ଘଠନର ତହସିଲ ଘେରାଉ
ବରୀ: ବାତ୍ୟା ‘ଦାନା'ରେ ବରୀ ବ୍ଲକରେ ରନ୍ଧାଖାଦ୍ୟ ନାରେ ବ୍ୟାପକ ଅର୍ଥ ତୋଷର ପାତ ଓ ଲଗାଣ ବର୍ଷାରେ କ୍ଷୟକ୍ଷତି ଭରଣା ଦାବିରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ କର୍ମ ମାନେ ବରୀ ମାଉଣ୍ଡ ଠାରୁ ଜାଗୁଳାଇ ମନ୍ଦିର ଦେଇ ଏକ ଶୋଭାଯାତ୍ରାରେ ବାହାରି ବରୀ ତହସିଲ ଫାଟକ ସମୁଖରେ ପହଁଚିଥିଲେ । ଫାଟକକୁ ବରୀ ପୁଲିସ ତରଫରୁ ବନ୍ଦ କରାଯାଇଥିବାରୁ ବହୁ ଚାଷୀ ରାସ୍ତା ଉପରେ ବସିଥିଲେ । ମୁଖ୍ୟ ରାସ୍ତା ବନ୍ଦ ହୋଇଯିବାରୁ ତହସିଲ ଫାଟକକୁ ପ୍ରଶାସନ ବାଧ୍ୟ୍ୟ ହୋଇ ଖୋଲିଥିଲେ । ଚାଷୀ ମାନେ ତହସିଲରେ ବସି ଜିଲ୍ଲାପାଳ ଆସି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । କୃଷକ ନେତା ନିମାଇଁ ରାୟ ସମସ୍ତ ଦାବି ପୂରଣ କରିବାକୁ ବାରମ୍ବାର ତହସିଲ ଅଧିକାରିଙ୍କ ଉପରେ ପ୍ରଶ୍ନ କରିଥିଲେ । ତହସିଲର ଅବ୍ୟବସ୍ଥା ସାଙ୍ଗକୁ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ନଦେବା, ସରକାର କର୍ମଚାରୀ କ୍ଷତି ଗ୍ରସ୍ତ ଚାଷୀଙ୍କୁ ନ ଭେଟିବା, ବୀମା କମ୍ପାନୀର ଅସହଯୋଗ, କ୍ଷତିଗ୍ରସ୍ତ ଉଭୟ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବା, ରୁଣ ଛାଡ଼ କରିବା ପ୍ରଭୂତି ଉପରେ ରାଜସ୍ୱ ଅଧିକାରୀ ଉତ୍ତର ରଖିପାରି ନଥିଲେ । ଚାଷୀ ମାନଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦାନା ବାନ୍ଧି ଥିଲା ।