ଟିପର ଓ ଟ୍ରାକ୍ଟର ମାଲିକ ସଂଘର ଆନେ୍ଦାଳନ ଚେତାବନୀ

 ବେତନଟୀ ସରକାର ଦୀର୍ଘବର୍ଷ ଧରି ବେକାରୀ ସମସ୍ୟା ଦୂର କରି ନ ପାରିବା ଫଳରେ ବ୍ୟାଙ୍କ ଋଣ କରି ଯୁବସମାଜ ନିଜର ଆର୍ଥôକ ସ୍ଥିତିକୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ ପ୍ରକାରର ବ୍ୟବସାୟକୁ ହାତେଇ ଆସିଛନ୍ତି । ଏଥିନିମନ୍ତେ ଟିପର ଓ ଟ୍ରାକ୍ଟର ଋଣରେ ଆଣି ବିଭିନ୍ନ ପ୍ରକାର ଘରୋଇ ଉପକରଣ ସମେତ ଲଘୁ ଖଣିଜାତ ଦ୍ରବ୍ୟ ଆଦି ପରିବହନ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ହେଲେ ସେମାନଙ୍କ ପ୍ରତି ସରକାର କୋହଳ ମନୋଭାବ ନ ରଖି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମାତ୍ରାଧିକ ଜୋରିମାନା ଆଦାୟ କରିବା ଫଳରେ  ସେମାନଙ୍କର ଆର୍ଥôକ ସ୍ଥିତି ଦୋହଲିଯିବା ସହ ବ୍ୟାଙ୍କ ଋଣ ପରିଶୋଧ କରିବାରେ ବାଧା ଉପୁଜୁଛି । ବ୍ୟାଙ୍କର ତାଗିଦା ସାଙ୍ଗକୁ ପ୍ରଶାସନର ମାତ୍ରାଧିକ ଜୋରିମାନା ସେମାନଙ୍କ ଆର୍ଥôକ ମେରୁଦଣ୍ଡ ଦୋହଲାଇ ଦେଉଛି । ଏହାର ପ୍ରତିବାଦ ସ୍ୱରୂପ ରାଜ୍ୟବ୍ୟାପୀ ଟିପର ଓ ଟ୍ରାକ୍ଟର ମାଲିକ ସଂଘ ଗତ ୧୦ ତାରିଖ ଠାରୁ ଆନେ୍ଦାଳନ ଆରମ୍ଭ କରି ସଂପ୍ରତି ଜୋରଦାର କରିଛନ୍ତି । ଏହାକୁ ସମର୍ଥନ କରି ବେତନଟୀ ବ୍ଳକ୍ ଟିପର ଓ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଗତ ସୋମବାର ଏକ ଜରୁରୀ ବୈଠକ ସଂଘର ସଭାପତି ତଥା ବେତନଟୀ ବ୍ଲକ ପ୍ରେସ କ୍ଲବର ସଭାପତି ପ୍ରକାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବେତନଟୀ ସମେତ ବଡ଼ସାହି, ମାଣତ୍ରୀ, ଦାନ୍ତିଆମୁହାଁ, ବୈଶିଙ୍ଗା, ଲଙ୍ଗଳକଟା ପ୍ରଭୃତି ବିଭିନ୍ନ ସ୍ଥାନରୁ ଗାଡ଼ି ମାଲିକମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଧର୍ମଘଟ ଫଳସ୍ୱରୂପ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ଯଥା ଘରୋଇ ଓ ସରକାରୀ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏତଦ୍ ବ୍ୟତୀତ ସିମେଣ୍ଟ ଓ ଲୁହାଛଡ ବ୍ୟବସାୟୀଗଣ ହାତବାନ୍ଧି ବସିବା ସହ ଶହ ଶହ ଶ୍ରମିକ ପରିବାର ଅଭାବ ଅନଟନରେ ଗତି କରୁଛନ୍ତି । ଆହୁରି ମଧ୍ୟ ପେଟ୍ରୋଲ ଓ ଡିଜେଲମାନଙ୍କରେ ବ୍ୟବସାୟ କମିଥିବାର ଜଣାଯାଇଛି । ସରକାର ଅଦ୍ୟାବଧି ଏହି ସଂଘର ମାଲିକମାନଙ୍କର ଦାବିକୁ ପୂରଣ କରିବାରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଏହି ଆନେ୍ଦାଳନକୁ ତୀବ୍ରତର କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି  । ଆସନ୍ତା ୨୨ ତାରିଖ ମଧ୍ୟରେ ସରକାର ଏହି ସମସ୍ୟାର ସମାଧାନ ନ କଲେ, ଆଗାମୀ ବିଧାନସଭା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାର ଜଣାଯାଇଛି ।