ନାବାଳିକା ଅସଦାଚରଣ, ଜଣେ ଗିରଫ

 ନାଉଗାଁ : ନାଉଗାଁ ବ୍ଲକ ଗାରୋଇ ଢିଅତେଲସରା ଅଞ୍ଚଳରେ ନାବାଳିକା ଘରେ ପଶି ଯୋର ଜବରଦସ୍ତ ଅସଦାଚରଣ ଉଦ୍ୟମରେ ଅଭିଯୁକ୍ତ ଗିରଫ ହୋଇଛି । ସୂଚନା ମୁତାବକ ନାଉଗାଁ ଥାନା ଅଧିନର ଗାରୋଇ ଢିଅତେଲସରା ଅଞ୍ଚଳରେ ବିଳମ୍ବିତ ରାତିରେ ସମୟରେ ଜୈନିକ ନାବାଳିକାଙ୍କ ଘରେ ପଶି ଯୋର ଜବରଦସ୍ତ ଭାବେ ଅସଦାଚରଣ କରିବା ଉଦ୍ୟମ ଘଟଣାରେ ନାବାଳିକାଙ୍କ ମା ଅଭିଯୋଗ କରିବା ପରେ ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୋଲିସ କାବୁ କରି ଆଜି କେସ ଦାୟର କରି ସମ୍ପୃକ୍ତ ଅଭିଯୁକ୍ତ ଗାରୋଇ ଗ୍ରାମର ସ୍ୱର୍ଗତ ଭୀମସେନ ବିଶ୍ୱାଳଙ୍କ ପୁଅ ସନ୍ଦୀପ ବିଶ୍ୱାଳକୁ ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଗତ କିଛି ମାସ ପୂର୍ବେ ଏହି ଯୁବକ ଜଣକ ମଧ୍ୟ ସେହି ନାବାଳିକାକୁ ଟଣାଓଟରା କରି ମାଡ ମାରିବା ଘଟଣାରେ ଜେଲ୍ ଯାଇଥିଲା ।