"ଆମ ସଂକଳ୍ପ ରଥ’ର ଶୁଭାରମ୍ଭ
ବାଲେଶ୍ୱର : ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ, ବାଲେଶ୍ୱରଙ୍କ ଆନୁକୂଲ୍ୟରେ ଆମ ସଂକଳ୍ପ - ନିଶା ନୁହେଁ ଜୀବନ ପାଇଁ "ଆମ ସଂକଳ୍ପ ରଥ’ର ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଆମ ସଂକଳ୍ପ ରଥ ସଚେତନତା କାର୍ଯ୍ୟକ୍ରମର ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଗତ ୩୧.୦୫.୨୦୨୫ ଠାରୁ ଆରମ୍ଭ ହୋଇ ଆସନ୍ତା ୨୬ ଜୁନ୨୦୨୫ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପର୍ଯ୍ୟନ୍ତ ଜାରି ରହିବ । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗଙ୍କ ମିଳିତ ସହଯୋଗରେ ଆମ ସଂକଳ୍ପ ରଥ ବାଲେଶ୍ୱର ଜିଲ୍ଲାର ୧୨ ଗୋଟି ବ୍ଲକ ପରିକ୍ରମଣ କରି ନିଶା ନିବାରଣ ପାଇଁ ସଚେତନତା ମୂଳକ ବାର୍ତ୍ତା ପ୍ରଚାର ଅଭିଯାନ ଚାଲୁ ରହିବ । ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ସ୍ଥାନୀୟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରିୟଦର୍ଶୀ ରାଜେଶଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ, ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।