ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କର୍ପିଓ   ୩ ମୃତ, ଦୁଇ ଗୁରୁତର

 ବରଗଡ:  ମେଲଛାମୁଣ୍ଡା ଥାନା ଘେଁସ ସାନଝୋର ଠାରେ ଘଟିଥିବା ମର୍ମନ୍ତୁତ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିସôିତ ହେଉଛନ୍ତି । ମୃତକମାନଙ୍କ ମଧ୍ୟରେ ମାଆ ଲିଲି ବେହେରା, ପୁଅ ଅଂଶୁମାନ ବେହେରା  ଏବଂ ଡ୍ରାଇଭର ଉଦୟ ସିଂ ସିଦାର ବୋଲି ଜଣାପଡିଛି  ।  ସେହିପରି ମୃତା ଲିଲି ବେହେରାଙ୍କ ସ୍ୱାମୀ ନୈମିଷ ବେହେରା ଏବଂ ୬ ବର୍ଷର ଝିଅ ଅଂଶିକା ବେହେରା ଗୁରୁତର ଆହତ ହୋଇ ଚିକିସôିତ ହେଉଛନ୍ତି । ମୃତାହତମାନେ ଛତିଶଗଡ ରାଜ୍ୟ ରାୟଗଡ ଝିକାବାହାଲ ଗ୍ରାମର ବୋଲି ଜଣାପଡିଛି । ସୋହେଲା -ପଦ୍ମପୁର ରାସ୍ତାର ଘେଁସ ସାନଝୋର ନିକଟରେ ସ୍କର୍ପିଓ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସ୍କର୍ପିଓଟି ଚୁରମାର ହୋଇଯିବା ସହ ସେଥିରେ ବସିଥିବା ପାଂଚ ଜଣ ଗୁରୁତର ଆହତ ହୋଇଥିଲେ  । ପରେ ସେମାନଙ୍କ ମଧ୍ୟରୁ ମାଆ ପୁଅ ଏବଂ ଡ୍ରାଇଭରଙ୍କ ମୃତୁ୍ୟ ଘଟିଥିଲା । ସେହିପରି ବାପା ଏବଂ ଝିଅ ଗୁରୁତର ଅବସ୍ଥାରେ ଚିକିସôିତ ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଛତିଶଗଡ ରାୟଗଡରୁ ସୋହେଲା ରାସ୍ତା ଦେଇ ପଦ୍ମପୁର ଯାଉଥିବା ସୂଚନା ମିଳିଛି  ।