ଡାକ୍ତରଖାନା କୋଠାରୁ କାଚ ପଡ଼ି ଡ୍ରାଇଭର ଆହତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର କୋଠାରୁ କାଚପଡ଼ି ଜଣେ ଅଟୋ ଚାଳକ ଆହାତ ହୋଇଥିବା ଜଣାପଡିଛି । ଆହାତ ଜଣଙ୍କ କେରେଜାଙ୍ଗ ଗ୍ରାମର ଦିପୁ ପ୍ରଧାନ(୨୭) । ସେ ତାଙ୍କ ଅଟୋରେ ଜଣେ ରୋଗୀଙ୍କୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ରୋଗୀଙ୍କୁ ଅର୍ନ୍ତବିଭାଗରେ ଭର୍ତ୍ତି କରି ଗାଡି ନିକଟକୁ ଆସୁଥିବା ସମୟରେ ଡ଼ାକ୍ତରଖାନା କୋଠାରେ ଲାଗିଥିବା କାଚ ତାଙ୍କ ଉପରେ ଖସି ପଡ଼ିବାରୁ ତାଙ୍କ ମୁଣ୍ଡ, ପିଠି, ହାତ ଆହାତ ହୋଇଥିଲା । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।