ଡାଲି ଜାତୀୟ ଫସଲ ପାଇଁ ସଚେତନତା ଶିବିର 

 ଧାମନଗର: ଧାମନଗର କୃଷୀ ବିଭାଗ ପକ୍ଷରୁ ଦୋବଲ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ସୋମବାର ବ୍ଲକ କୃଷୀ ବିଭାଗ ପକ୍ଷରୁ ଧାନ ଚାଷ ପରେ ଉକ୍ତ ଚାଷ କିଆରିରେ ଚାଷୀ ମାନେ କେମିତି ଡାଲି ଜାତୀୟ ଚାଷ କରାଯିବ ସେନେଇ ପଞ୍ଚାୟତର ଚାଷୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡାଙ୍କ ସଂଯୋଜନାରେ ଭଦ୍ରକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଜବର ସେଠୀ, ସହକାରୀ କୃଷୀ ଅଧିକାରି ଗଣେଶ ଚନ୍ଦ୍ର ମାଝୀ, ସରପଞ୍ଚ ଅଶୋକ କୁମାର ପଣ୍ଡା, ବ୍ଲକ ସହକାରୀ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ, ଏ,ଡି,ଆଇ ର ବ୍ଲକ ସଂଯୋଜକ ଶୁଶାନ୍ତ କୁମାର ଲେଙ୍କା, ଗ୍ରାମ କୃଷି କର୍ମ ଚାରି ଗୋଲହୟ ମାରାଣ୍ଡି ପ୍ରମୁଖ ଯୋଗଦେଇ ଉପସ୍ଥିତ ଚାଷୀଙ୍କୁ ସଚେତନ କରାଇଥିଲେ । ଧାନ ଚାଷର ପରବର୍ତ୍ତୀ ସମୟରେ ଉକ୍ତ ଚାଷ ଜମିରେ ଡାଲି ଜାତୀୟ ଫସଲ ଚାଷ ନିମିତ୍ତ ବିଭିନ୍ନ ଉପାୟ, ଜମିକୁ ରବି ଋତୁର ପଡିଆ ନ ରଖି ସେହି ଜମିରେ ଡାଲି ଜାତୀୟ ଫସଲ କଲେ କିପରି ଚାଷୀ ଉପକୃତ ହୋଇ ପାରିବେ ସେ ନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଚାଷୀଙ୍କୁ ମୁଗ ବିହନ ବଣ୍ଟନ କରାଯାଇଥିଲା ।