ପ୍ରଶାନ୍ତି ଶିଶୁ ବିହାରରେ ବିଜ୍ଞାନ ମେଳା

 ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡା ସ୍ଥିତ ପ୍ରଶାନ୍ତି ଶିଶୁ ବିହାରରେ ୨୬ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସ୍ତରୀୟ ଏହି ବିଜ୍ଞାନ ମେଳାକୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପରିଡା ଉଦଘାଟନ କରିଥିଲେ  । ବିଜ୍ଞାନ ମେଳାରେ ୪ଟି ବିଭାଗରେ ୧୦୩ଜଣ ଛାତ୍ରଛାତ୍ରୀ ଭାଗନେଇ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଚାରକ ଭାବରେ କୈଳାସ ବେହେରା, ମାନସ ରଞ୍ଜନ ବେହେରା, ପ୍ରମୋଦ ପାଢ଼ୀ, ଶ୍ରୀକାନ୍ତ ପାକଳ, ପରେଶ ବେହେରା, ବିଜୟ ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶିତ ପ୍ରକଳ୍ପ ଗୁଡିକର ସମୀକ୍ଷା କରି ମୂଲ୍ୟାଙ୍କନ କରିଥିଲେ । ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିୟ ମହାଳିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଥିବା ଉକôଣ୍ଠାକୁ ପ୍ରଶଂସା କରିବା ସହିତ ପିଲାଙ୍କୁ ଭବିଷ୍ୟତରେ ବିଜ୍ଞାନ ପ୍ରତି ଆକର୍ଷିତ ହେବାକୁ ଉଦ୍ବୋଧିତ କରିଥିଲେ । ପ୍ରଧାନଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭାରେ ଅତିଥିଙ୍କ ହାତରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା । ପରିଚାଳନା କମିଟି ସଭାପତି ସଞ୍ଜିବ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନ ଓ ବିଜ୍ଞାନ ଗୁରୁଜୀ ବିଜନ କୁମାର ମହାପାତ୍ର ସଂଯୋଜନା କରିଥିବା ବେଳେ, ସମସ୍ତ ଗୁରୁଜୀ, ଗୁରୁମା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।