ନଗୁଆଁ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ ପଞ୍ଚାୟତ କାର୍ଯ୍ୟାଳରୁ ଚୋରି ଅଭିଯୋଗରେ ମାମଲା ଋଜୁ ହୋଇଛି । ଗ ୧ ତାରିଖ ରାତ୍ରିରେ ଦୁର୍ବୃର୍ତ୍ତମାନେ ସମ୍ମୁଖ ୨ଟି ପ୍ରବେଶ ଦ୍ୱାରରେ ପଡିଥିବା ୨ଟି ଚାବି କାଟି ଚୋରମାନେ ଇନର୍ଭଟର, ବ୍ୟାଟେରୀ, ପାଣି ମୋଟର ଓ ୨ଟି ବଡପାଲ ଚୋରି କରିନେଇଥିଲେ । ବର୍ଷକ ମଧ୍ୟରେ ଏହି କାର୍ଯ୍ୟାଳୟରୁ ଏକାଧିକ ବାର ଚୋରି ହୋଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ସରପଞ୍ଚ କାଞ୍ଚନବାଳା ପାତ୍ରଙ୍କ ଏ ସମ୍ପର୍କରେ ଗତ ୪ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ୪୫୯/୨୪ନଂ ମାମଲା ଅଜଣା ବ୍ୟକ୍ତିଙ୍କ ନାମରେ ଋଜୁ ହୋଇଥିବା ଜଣାଯାଇଛି ।