ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ ଶୁଭାରମ୍ଭ ଓ: ଡ଼ିଶାକୁ ଗଡ଼ିଲା ଭ୍ରାମ୍ୟମାଣ ଡିଜିଟାଲ୍ ଶିକ୍ଷା

 ଭୁବନେଶ୍ୱର/ନୂଆପଡ଼ା : ଗ୍ରାମୀଣ ଭାରତରେ ଡିଜିଟାଲ୍ ବିଭେଦ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଶ୍ୱର ଏକ ବୃହତମ ଟେଲିକମ୍ ଭିତିଭୂମି କମ୍ପାନି ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନିଟ ଫାଉଣ୍ଡେସନ୍ ସହ ମିଶି ଓଡ଼ିଶାର ନୁଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍ (ଡିଭିଟି)ର ଶୁଭାରମ୍ଭ କରାଯାଇଛି । ଉଦଘାଟନୀ ସମାରୋହରେ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ  । ଏହି ଅଂଚଳରେ ଡିଜିଟାଲ୍ ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ସୌର ଶକ୍ତି ଚାଳିତ ୨୧ ଆସନ ବିଶିଷ୍ଟ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନରେ ହାଇ-ସ୍ପିଡ୍ ଇଣ୍ଟରନେଟ୍, ଆଧୁନିକ କମ୍ପ୍ୟୁଟର, ପ୍ରିଟିଂ ଏବଂ ଇ-ଲର୍ନିଂ ଟୁଲ୍ ରହିଛି । ଏହା ଅନଗ୍ରସର ଗୋଷ୍ଠୀକୁ ମାଗଣା ଡିଜିଟାଲ୍ ଶିକ୍ଷା ଏବଂ ସର୍ବଜନୀନ ସେବା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଆଗାମୀ ମାସଗୁଡ଼ିକରେ ଡିଭିଟି ନୂଆପଡ଼ା ଏବଂ ପାଶ୍ୱବର୍ତୀ ଜିଲ୍ଲାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଯାଇ ୧୨ରୁ ଅଧିକ ବୟସର ପିଲା, ଯୁବକ, ମହିଳା ଏବଂ ବୟସ୍କ ନାଗରିକଙ୍କୁ ତାଲିମ୍ ପ୍ରଦାନ କରିବ । 
ଏହି ଉଦ୍ୟମ ଇଣ୍ଡସ୍ ଟାୱାର୍ସର ପ୍ରମୁଖ ସିଏସଆର କାର୍ଯ୍ୟକ୍ରମ ‘ସକ୍ଷମ’ର ଏକ ଅଂଶ ଏବଂ ମୌଳିକ ଆଇଟି ଶିକ୍ଷା, ସାଇବର ସୁରକ୍ଷା, ଇଂଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ଏବଂ ଆର୍ଥôକ ସାକ୍ଷରତାରେ ସାର୍ଟିଫାଏଡ ତାଲିମ ପ୍ରଦାନ କରିବା ଲକ୍ଷ୍ୟରେ ଗଠନ କରାଯାଇଛି । ଶୁଭାରମ୍ଭ ଅବସରରେ ଅତିଥି କହିଛନ୍ତି ନୁଆପଡ଼ା ପାଇଁ ଏହି ପରିବର୍ତନଶୀଳ ଯାତ୍ରାର ଏକ ଅଂଶ ହେବା ଏକ ଗର୍ବର ବିଷୟ । ଇଣ୍ଡସ୍ ଟାୱାର୍ସ ଏବଂ ନିଟ ଫାଉଣ୍ଡେସନକୁ ଆମ ଘର ପାଖରେ ଏଭଳି ଏକ ଶକ୍ତିଶାଳୀ ଉଦ୍ୟମ ଆଣିବା ପାଇଁ ଧନ୍ୟବାଦ । ଏହି ଭ୍ୟାନ୍ କେବଳ ଶିକ୍ଷା ଦେବ ନାହିଁ ବରଂ ଆମର ଲୋକଙ୍କୁ ବିଶେଷକରି ଯୁବକ ଏବଂ ମହିଳାଙ୍କୁ ଏକ ଡିଜିଟାଲ୍ ଦୁନିଆରେ ଉନ୍ନତି କରିବା ପାଇଁ ସଶକ୍ତ କରିବ ବୋଲି ନିଜ ମତ ରଖିଛନ୍ତି  ।