ଭାଲିଆଯୋରରେ ମାଣ୍ଡିଆର କ୍ରପ୍ କଟିଂ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଭାଲିଆଯୋର ଗ୍ରାମର ଚାଷୀଙ୍କ କ୍ଷେତରେ ଶୁକ୍ରବାର ରବି ଋତୁ ମାଣ୍ଡିଆ ଚାଷର କ୍ରପ୍ କଟିଂ କରାଯାଇଛି । କୋକସରା ଶ୍ରୀଅନ୍ନ ଅଭିଯାନ ବିପିସି ସୁରେନ୍ଦ୍ର ଯୁଏଡ, ସିଆରପି ହେମାଙ୍ଗୀନି ହଂସ, ହିମାଂଶୁ ମାଝୀ, ସୁଶୀଲ ଭାଟି, ଗୋକୁଳ ଧମାଝୀ, ରାଜେନ୍ଦ୍ର ବାଗ, କୃଷକ ସାଥି ଗଜିନ୍ଦ୍ର ନାଗ ପ୍ରମୁଖଙ୍କ ଉପସ୍ଥିତରେ ଚାଷୀ ବିଶ୍ୱମ୍ବର ନାଏକଙ୍କ ମାଣ୍ଡିଆ କ୍ଷେତ୍ରରେ ୫/୫ ମିଟର ସ୍ଥାନରେ କ୍ରପ୍ କଟିଂ କରାଯାଇଥିଲା । କଟା ଯାଇଥିବା ସବୁଜ ମାଣ୍ଡିଆ ଯାହାର ଓଜନ ପ୍ରାୟ ୧୦ କେଜି ହୋଇଥିଲା । ସହାୟକ ସଂସ୍ଥା ଦ ହୁ୍ୟମାନ୍ ଡେଭଲପମେଣ୍ଟ ଓ ଜୟ କୋକସରା ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ପକ୍ଷରୁ ସରକାରୀ ସ୍ତରରେ ଅଞ୍ଚଳର ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ବିହନ, ବୈଷୟିକ ସହାୟତା ଯୋଗାଇ ଦେବାସହ ଚାଷୀଙ୍କୁ ବ୍ୟାପକ ସଚେତନତା କରାଯାଇଥିଲା । ବ୍ଳକର ବଡ଼ପୋଡ଼ାଗୁଡ଼ା, ଆମପାଣି, କାଉଡୋଲା, ଗୋତମୁଣ୍ଡା, ମହିମା ଆଦି ପଞ୍ଚାୟତର ୨୨ ଜଣ ଚାଷୀ ୮ ହେକ୍ଟର ଜମିରେ ମାଣିଆ ଚାଷ କରିଥିଲାବେଳେ ୧୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ ରଖାଯାଇଥିଲା । 
୨୦୨୫/୨୬ ଖରିଫ୍ ଋତୁରେ ବ୍ଳକର ବିଭିନ୍ନ ପଞ୍ଚାୟତର ୭୪୨ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ ରଖାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଚାଷୀ ମାନଙ୍କୁ ମାଗଣାରେ ବିହନ, ବୈଷୟିକ ସହାୟତା, ବ୍ୟାପକ ସଚେତନତା କରାଯାଇଥିବା ଓ ମଣ୍ଡି ବ୍ୟବସ୍ଥା ଥିବାରୁ ଚାଷୀମାନେ ଉସôାହିତ ହୋଇ ମାଣ୍ଡିଆ ଚାଷ ଉପରେ ବିଶେଷ ଧ୍ୟାନ ନେଇ ଲାଭବାନ ହେବାର ଲକ୍ଷ ରଖିଛନ୍ତି । କ୍ରପ୍ କଟିଂ ସମୟରେ ସ୍ଥାନୀୟ ଚାଷୀ ବିଶମ୍ବର ନାଏକ, ଶିବ ପୁଝାରୀ, ବନସିଂ ଧମାଝୀ, ପ୍ରକାଶ ସାହୁ, ଘନଶ୍ୟାମ ପୁଝାରୀ, ରାମଚନ୍ଦ୍ର ଧମାଝୀ, ସୀତାରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।