ଡିଜେ ବଜାଇବା ଉପରେ ଲାଗୁନି ଅଙ୍କୁଶ
ନିଆଳି: ନିଆଳି ଥାନା ଅଧିନରେ ୨୩ ଗୋଟି ପଞ୍ଚାୟତ ଥିବାବେଳେ ବିଭିନ୍ନ ପଞ୍ଚାୟତରେ ପୂଜା ମଣ୍ଡପରେ ଭସାଣି ହେଉ କିମ୍ବା ବିବାହ ଓ ବ୍ରତ ଘର ଖୁଲମ୍ଖୁଲା ଡିଜେ ବଜାଇ ଝୁମୁଛନ୍ତି ଯୁବପୀଢି । ଏହା ଉପରେ ନିଆଳି ପ୍ରଶାସନ କୌଣସି ଅଙ୍କୁଶ ଲଗାଇପାରୁନାହିଁ । ଓଡିଶାର ଉଚ୍ଚତ୍ତମ ନ୍ୟାୟାଳୟ ଡିଜେ ଉପରେ ସାରା ଓଡିଶାରେ ରୋକ୍ ଲଗାଇଥିବା ବେଳେ ନିଆଳିରେ ଏଭଳି ବ୍ୟତିକ୍ରମ ଓଡିଶାର ଉଚ୍ଚତ୍ତମ ନ୍ୟାୟାଳୟର ନିଦେ୍ର୍ଦଶକୁ ଅବମାନନା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଉଚ୍ଚ ଶବ୍ଦ ବିଶିଷ୍ଟ ଡିଜେ ଉପରେ ତହସିଲ୍ଦାର୍ ଓ ପୁଲିସ୍ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ କୈଳାସ ମହାପାତ୍ର, ସୁକାନ୍ତ ବରାଳ, ବିଦ୍ୟାଧର ସାହୁ ଦାବି କରିଛନ୍ତି ।