ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 

ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ଆୟୋଜିତ ହେବାକୁ ଥିବା ଇନ୍‌ଭେଷ୍ଟର ମିଟ୍‌ରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ସଚିବ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି  । ଏହାବ୍ୟତୀତ ବରିଷ୍ଠ ଅଧିକାରୀମାନେ ମଧ୍ୟ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଶୁକ୍ରାବର ଅନୁଷ୍ଠିତ ହେବାକୁ ଥିବା ଇନ୍‌ଭେଷ୍ଟର ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରୀ ଓ ଅଧିକାରୀ । ପୂର୍ବରୁ ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ହୋଇଥିଲା ଇନ୍‌ଷ୍ଟେଟର ମିଟ୍‌ । ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଇଇନ୍‌ଭେଷ୍ଟର ମିଟରେ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ଓଡିଶାକୁ ଆସିଥିଲା ।