ତିହିଡି ବଜାରରେ ଅଗ୍ନିକାଣ୍ଡ

ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୮ଟି ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ ହୋଇଥିବା ସୂଚନା ମିଳିଛି । ସୋମବାର ସକାଳେ ଅଗ୍ନିକାଣ୍ଡ ହୋଇଥିଲା । ପ୍ରଥମେ ଏକ ଜଳଖିଆ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଥିଲା । ପରେ ହୁୁତୁ ହୁତୁ ହୋଇ ନିଆଁ ଜଳିଥିବା ଏବଂ ପରେ ଅନ୍ୟ ଦୋକାନରେ ନିଆଁ ଲାଗିଥିଲା । ମୂରଲିଧର ସାହୁଙ୍କ ୩ଟି ବଖରା ଜଳଖିଆ ଦୋକାନ, ସୁଦାମ ଜେନାଙ୍କ ଫୁଲ ଦୋକାନ, ବିକାଶର କରଙ୍କ ଦୋକାନ, ଚନ୍ଦ୍ରକାନ୍ତ ମହାନ୍ତିଙ୍କ ୨ ବଖରା ଫଟୋ ଷ୍ଟିଡିଓ ଓ ଦୟାନିଧି ସାହୁଙ୍କର ଫୁଲ ଦୋକାନ ପୋଡ଼ି ଯାଇଥିବା ଜଣା ପଡ଼ିଛି । ତିହିଡ଼ି ଦମକଳ କେନ୍ଦ୍ରର ଆଗ୍ନିକ ଅନନ୍ତ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ ।