ରକ୍ତଦାନ ଶିବିର
ଜୟପୁର: ଜିଲ୍ଲା କେମିଷ୍ଟ୍ ଏବଂ ଡ୍ରଗସ ବ୍ୟବସାୟୀ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଉଦ୍ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ଡ.ସାବ୍ୟସାଚୀ ମହାପାତ୍ରଙ୍କ ସହ ଜୟପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଜିଲ୍ଲା ଡ୍ରଗ ଇନ୍ସପେକ୍ଟର ଚିନ୍ମୟ କୁମାର ଜେନା ଏହି ଶିବିରରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ବି. କୃଷ୍ଣପ୍ରସାଦ, ସହ ସମ୍ପାଦକ କାଳୀ ପ୍ରସାଦ ପଟ୍ଟନାୟକ ଏବଂ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।